ସକାଳୁ ସକାଳୁ ଭଦ୍ରକରେ ଦୁଇଟି ଦୁର୍ଘଟଣା,୧ ମୃତ ୯ ଗୁରୁତର

ଭଦ୍ରକ : ଆଜି ସକାଳୁ ସକାଳୁ ଭଦ୍ରକରେ ଘଟି ଯାଇଛି ଦୁଇ ଦୁଇଟି ମର୍ମନ୍ତୁଦ ସଡକ ଦୁର୍ଘଟଣା I ଏହି ଦୁଇଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୯ ଜଣ ଗୁରୁତର ହୋଇଛନ୍ତି I ପ୍ରଥମ ଘଟନାନୁସାରେ ଆଜି ଭୋର ସମୟରେ ପଶ୍ଚିମବଙ୍ଗର ୬ ଜଣ ଯାତ୍ରୀ କାର୍‌ ଯୋଗେ ପୁରୀ ଯାଉଥିଲେ। ଏହି ସମୟରେ ଛତାବର ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ କୁ କାର ଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା […]

Samaya Live Picture
Published On

ଭଦ୍ରକ : ଆଜି ସକାଳୁ ସକାଳୁ ଭଦ୍ରକରେ ଘଟି ଯାଇଛି ଦୁଇ ଦୁଇଟି ମର୍ମନ୍ତୁଦ ସଡକ ଦୁର୍ଘଟଣା I ଏହି ଦୁଇଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୯ ଜଣ ଗୁରୁତର ହୋଇଛନ୍ତି I ପ୍ରଥମ ଘଟନାନୁସାରେ ଆଜି ଭୋର ସମୟରେ ପଶ୍ଚିମବଙ୍ଗର ୬ ଜଣ ଯାତ୍ରୀ କାର୍‌ ଯୋଗେ ପୁରୀ ଯାଉଥିଲେ। ଏହି ସମୟରେ ଛତାବର ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକ କୁ କାର ଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା I ଫଳରେ ତୀର୍ଥ ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୫ ଜଣ ଗୁରୁତର ଆହତ ହୋଇଥିଲେ I ଆହତମାନଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସେହିପରି ଅନ୍ୟ ଏକ ଦୁର୍ଘଟଣାରେ କଲିକତା ଅଞ୍ଚଳରୁ ଏକ ଟ୍ରକ କୁକୁଡ଼ା ଚିଆଁ ନେବା ପାଇଁ ଓଡ଼ିଶା ଆସିଥିଲା। ମାତ୍ର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରୀଶଳପୁର ଛକ ନିକଟରେ ଟ୍ରକ୍‌ଟି ସମ୍ମୁଖରେ ଥିବା ଅନ୍ୟ ଏକ ଟ୍ରକକୁ ପଛରୁ ପିଟି ରାସ୍ତା କଡକୁ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଗାଡିରେ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତର ପଶ୍ଚିମବଙ୍ଗର ବୋଲି ଜଣା ପଡ଼ିଛି । ତେବେ ଡ୍ରାଇଭରଙ୍କର ଆଖି ଲାଗି ଯିବାରୁ ଟ୍ରକ ଦୁର୍ଘଟଣା ହୋଇଥିବା କୁହାଯାଉଛି I ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସମସ୍ତ ଗୁରୁତର ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣା ପଡ଼ିଛି ।

Tags: