ଟ୍ବିନ୍ ସିଟିର ନୂତନ ଅତିରିକ୍ତି ପୋଲିସ କମିଶନର ଏବଂ ଡ଼ିସିପିଙ୍କ ଦାୟିତ୍ୱ ଗ୍ରହଣ
ଭୁବନେଶ୍ବର : ଟ୍ବିନ୍ ସିଟିର ଅତିରିକ୍ତି ପୋଲିସ କମିଶନର ଏବଂ ଡିସିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ଡ଼.ଉମାଶଙ୍କର ଦାଶ ଏବଂ ପିନାକ ମିଶ୍ର । ପୋଲିସ କମିଶନରେଟ୍ କାର୍ଯ୍ୟାଳୟରେ ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ ଦାୟିତ୍ବ ଗ୍ରହଣ କରିଛନ୍ତି । ପରେ ପୋଲିସ ହେଡ୍ କ୍ବାର୍ଟରରେ ସମସ୍ତ ଅଧିକାରୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ପୂର୍ବରୁ ଭୁବନେଶ୍ବର ଡିସିପି ଭାବେ ସେ ଦାୟିତ୍ବ ନିର୍ବାହ କରିଥିଲେ । କାର୍ଯ୍ୟରେ ଯୋଗଦେବା ପରେ ସେ […]
ଭୁବନେଶ୍ବର : ଟ୍ବିନ୍ ସିଟିର ଅତିରିକ୍ତି ପୋଲିସ କମିଶନର ଏବଂ ଡିସିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ଡ଼.ଉମାଶଙ୍କର ଦାଶ ଏବଂ ପିନାକ ମିଶ୍ର । ପୋଲିସ କମିଶନରେଟ୍ କାର୍ଯ୍ୟାଳୟରେ ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାଶ ଦାୟିତ୍ବ ଗ୍ରହଣ କରିଛନ୍ତି । ପରେ ପୋଲିସ ହେଡ୍ କ୍ବାର୍ଟରରେ ସମସ୍ତ ଅଧିକାରୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ପୂର୍ବରୁ ଭୁବନେଶ୍ବର ଡିସିପି ଭାବେ ସେ ଦାୟିତ୍ବ ନିର୍ବାହ କରିଥିଲେ ।
କାର୍ଯ୍ୟରେ ଯୋଗଦେବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଭଗବାନଙ୍କ ଆଶୀର୍ବାଦରୁ ମୁଁ ପୁଣି ଏତେ ବଡ଼ ସୁଯୋଗ ପାଇଛି । ଆଗକୁ ଟ୍ବିନ୍ ସିଟି କମିଶନର ସୁରେଶ ଦେବଦତ୍ତ ସିଂଙ୍କ ନେତୃତ୍ବରେ ଗଠିତ ଟିମ୍ରେ କାମ କରିବି । ସହରରୁ କିଭଳି ଅପରାଧ ମୁକ୍ତ କରିହେବ ସେ ଉପରେ ଆମର ଫୋକସ୍ ରହିବ ବୋଲି ଉମାଶଙ୍କର ଦାଶ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୦୮ ବ୍ୟାଚ୍ର ଆଇପିଏସ୍ ଅଫିସର ଡ. ଉମାଶଙ୍କର ଦାସ ମୟୂରଭଞ୍ଜର ବାସିନ୍ଦା । ସେ ଫିଜିକ୍ସ ଅନର୍ସରେ ବିଏସ୍ସି ପାସ୍ କରିବା ପରେ ଏମ୍ବିଏ କରିଛନ୍ତି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି ହାସଲ କରିଛନ୍ତି । ଏହା ପୂର୍ବରୁ ସେ ମାଲକାନଗିରି ଏସ୍ଡିପିଓ, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ରାଉରକେଲା ଏବଂ ପୁରୀ ଏସ୍ପି, ଭୁବନେଶ୍ବର ଡିସିପି, ଅନୁଗୁଳ ଏସ୍ପି ଭାବେ କାମ କରିସାରିଛନ୍ତି ।
ଅନ୍ୟପଟେ,ଭୁବନେଶ୍ୱର ଡିସିପି ଭାବେ ପିନାକ ମିଶ୍ରଙ୍କ କାର୍ଯ୍ୟରେ ଯୋଗଦେଇଛନ୍ତି ।ଗୁରୁବାର ଅପରାହ୍ନ ଶ୍ରୀ ମିଶ୍ର ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଥଲେ । ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଏବଂ ଅତିରିକ୍ତ କମିଶନ ଡ.ଉମାଶଙ୍କର ଦାସ ନୂଆ ଡିସିପି ପିନାକ ମିଶ୍ରଙ୍କୁ କମିଶନରେଟ୍ ପୋଲିସର ବ୍ୟାଚ ପିନ୍ଧାଇ ସ୍ୱାଗତ କରିଛନ୍ତି।
୧୯୮୫ ମସିହାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଜନ୍ମିତ ଶ୍ରୀ ମିଶ୍ର ଜଣେ ମେଧାବୀ ଛାତ୍ର ଥିଲେ । ୨୦୦୮ ମସିହାରେ ଜେଏନୟୁରୁ କଳାରେ ସ୍ନାତକୋତ୍ତର ହାସଲ କରିବା ପରେ ୨୦୧୧ ମସିହାରେ ସେଠାରେ ଏଫଫିଲ ଶିକ୍ଷା ସମାପନ କରିଥିଲେ । ଏଥିସହ ୨୦୧୧େ ମସିହାରେ ଆଇପିଏସରେ ସଫଳତା ପାଇଥିଲେ । ପ୍ରଥମେ ସେ ମାଲକାନଗିରି ଏସଡିପିଓ ଭାବେ ନିଯୁକ୍ତି ପାଇଥିଲେ । ଏହା ପରେ ତାଙ୍କୁ ନବରଙ୍ଗପୁରର ଅତିରିକ୍ତ ଏସପି ଦାୟିତ୍ୱ ମିଳିଥିଲା । ଏସପି ଭାବେ ସେ ପ୍ରଥମେ ନୂଆପଡା ଜିଲ୍ଲାରେ କାମ କରିଥିଲେ । ଏହା ପରେ କନ୍ଧମାଳ, ସୁନ୍ଦରଗଡ ଓ ବ୍ରହ୍ମପୁରରେ ଏସପି ଭାବେ କାର୍ଯ୍ୟ କରିଥିଲେ । ୨୦୨୨ ମସିହାରେ ସେ କଟକ ଡିସିପି ଭାବେ ଯୋଗ ଦେଇଥିଲେ ।




