AI କ୍ୟାମେରା ସର୍ଭିଲାନ୍ସରେ ରହିବ ଟ୍ୱିନସିଟି

ଭୁବନେଶ୍ବର : ରାଜଧାନୀରେ ଦିନକୁ ଦିନ ବଢିଚାଲିଛି ଅପରାଧ,ଚୋରି,ଦୁର୍ଘଟଣା । ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ । ଏହାକୁ ରୋକିବା ପାଇଁ ଟ୍ୱିନସିଟିକୁ ଜଗିବ ଏଆଇ କ୍ୟାମେରା। ଭୁବନେଶ୍ୱର ଓ କଟକରେ ଏଆଇ କ୍ୟାମେରା ଲାଗିବ। ଏବେ ଟ୍ୱିନସିଟି ରହିବ AI କ୍ୟାମେରା ସର୍ଭିଲାନ୍ସରେ ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ.ଦେବଦତ୍ତ ସିଂହ । ଦୟା ବ୍ରିଜ,ଏୟାରଫିଲଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଜଟଣୀ ରୋଡ଼,ପାତ୍ରପଡା ଛକ,ଚନ୍ଦକା ଛକ, ନନ୍ଦନକାନନ – ବାରଙ୍ଗ ଛକ , […]

AI କ୍ୟାମେରା ସର୍ଭିଲାନ୍ସରେ ରହିବ ଟ୍ୱିନସିଟି
Samaya Live Picture
Published On

ଭୁବନେଶ୍ବର : ରାଜଧାନୀରେ ଦିନକୁ ଦିନ ବଢିଚାଲିଛି ଅପରାଧ,ଚୋରି,ଦୁର୍ଘଟଣା । ପୋଲିସକୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଅପରାଧୀ । ଏହାକୁ ରୋକିବା ପାଇଁ ଟ୍ୱିନସିଟିକୁ ଜଗିବ ଏଆଇ କ୍ୟାମେରା। ଭୁବନେଶ୍ୱର ଓ କଟକରେ ଏଆଇ କ୍ୟାମେରା ଲାଗିବ। ଏବେ ଟ୍ୱିନସିଟି ରହିବ AI କ୍ୟାମେରା ସର୍ଭିଲାନ୍ସରେ ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ.ଦେବଦତ୍ତ ସିଂହ । ଦୟା ବ୍ରିଜ,ଏୟାରଫିଲଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଜଟଣୀ ରୋଡ଼,ପାତ୍ରପଡା ଛକ,ଚନ୍ଦକା ଛକ, ନନ୍ଦନକାନନ – ବାରଙ୍ଗ ଛକ , ହଂସପାଳ ଛକ,ପୁରୀ ବାଇପାସ ସାଇମନ୍ଦିର ଛକରେ ଲାଗିବ କ୍ୟାମେରା । ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପେଟ୍ରୋଲିଂ ମଧ୍ୟ କଡ଼ାକଡ଼ି ହେବ। ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି ଓ ସିକ୍ୟୁରିଟି ଗାର୍ଡଙ୍କୁ ମୁତୟନ କରାଯିବ।

କମିଶନର ସୂଚନା ଦେଇ କହିଛନ୍ତି ଏବେ ରାଜଧାନୀରେ ୧୮୦୦ କ୍ୟାମେରା ଇନଷ୍ଟଲ ହୋଇଛି । ହେଲେ ରାଜଧାନୀରେ ଲୋକ ସଂଖ୍ୟା ବଢିଥିବାରୁ ଅଧିକ AI କ୍ୟାମେରା ଆଣିବାକୁ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କ ନିକଟରେ ଟେଣ୍ଡର ହୋଇଚି । ଅଧିକ ଟେକ୍ନୋଲଜି ମାଧ୍ୟମରେ ସମସ୍ତ ସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ପାରିବ AI କ୍ୟାମେରା । ଅପରାଧ ପ୍ରବଣ ଅଞ୍ଚଳ, ଟ୍ରାଫିକ ଛକ, ଦୁର୍ଘଟଣା ପ୍ରବଣ ଅଞ୍ଚଳ ରାସ୍ତା, ATM ଥିବା ସ୍ଥାନ, ଅଧିକ ଚୋରି , ଡକାୟତ ହେଉଥିବା ଅଞ୍ଚଳ ମାନଙ୍କରେ ଲାଗିବ AI କ୍ୟାମେରା । ଯାହାଦ୍ଵାରା ଅପରାଧୀଙ୍କୁ ଧରିବାରେ ପୋଲିସ ପାଇଁ ସହାୟକ ହୋଇପାରିବ । କ୍ୟାମେରା ଦ୍ଵାରା ଅନେକ ଲାଭ ହେଉଚି। ସହରକୁ ସୁରକ୍ଷା ଯୋଗାଇ ହେଉଛି । ଯେଉଁଠି ଅଘଟଣ ହେଉଚି ବା ଅପରାଧୀଙ୍କ ଆଡ୍ଡା ଜମୁଛି ହେବ ସେଠି ନଜର ରଖିବ କ୍ୟାମେରା । ଆପାର୍ଟମେଣ୍ଟ ଗୁଡିକରେ କ୍ୟାମେରା ଲଗାଯିବାକୁ କହିବା ପରେ ଏବେ ସବୁ ଆପାର୍ଟମେଣ୍ଟରେ କ୍ୟାମେରା ଲାଗିଥିବା କହିଛନ୍ତି ପୋଲିସ କମିଶନର ।

Tags: