ଟ୍ୱିନ ସିଟିର ନୂଆ ପୋଲିସ କମିଶନରଙ୍କ ଦାୟିତ୍ୱ ଗ୍ରହଣ
ଭୁବନେଶ୍ୱର : ଟ୍ୱିନ ସିଟିର ନୂଆ ପୋଲିସ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅଧିକାରୀ ସୁରେଶ ଦେବଦତ୍ତ ସିଂହ । ୧୯୯୮ବ୍ୟାଚ୍ ର ବରିଷ୍ଠ ଆଇପିଏସ ଅଫିସର ହେଉଛନ୍ତି ଦେବଦତ୍ତ ସିଂହ । ପୂର୍ବତନ କମିଶନର ସଞ୍ଜୀବ ପଣ୍ଡା ନୂଆ କମିଶନର ଦେବଦତ୍ତ ସିଂହଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ନୂଆ କମିଶନର ଅନ୍ୟ ଅଧିକାରୀମାନଙ୍କ ସହିତ ହାତ ମିଳାଇ ପରିଚିତ ହୋଇଥିଲେ। ଦାୟିତ୍ୱ ଗ୍ରହଣ କରିବା ଅବସରରେ ନୂଆ […]
ଭୁବନେଶ୍ୱର : ଟ୍ୱିନ ସିଟିର ନୂଆ ପୋଲିସ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ ଅଧିକାରୀ ସୁରେଶ ଦେବଦତ୍ତ ସିଂହ । ୧୯୯୮ବ୍ୟାଚ୍ ର ବରିଷ୍ଠ ଆଇପିଏସ ଅଫିସର ହେଉଛନ୍ତି ଦେବଦତ୍ତ ସିଂହ । ପୂର୍ବତନ କମିଶନର ସଞ୍ଜୀବ ପଣ୍ଡା ନୂଆ କମିଶନର ଦେବଦତ୍ତ ସିଂହଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ନୂଆ କମିଶନର ଅନ୍ୟ ଅଧିକାରୀମାନଙ୍କ ସହିତ ହାତ ମିଳାଇ ପରିଚିତ ହୋଇଥିଲେ। ଦାୟିତ୍ୱ ଗ୍ରହଣ କରିବା ଅବସରରେ ନୂଆ ପୋଲିସ କମିଶନର ଦେବଦତ୍ତ ସିଂହ ପ୍ରତିକ୍ରିୟା ଦେଇ କହିଛନ୍ତି ଆଇନ ପରିସରରେ ରହି ଯଥା ସମ୍ଭବ ନ୍ୟାୟ ଦିଆଯିବ । ଅପରାଧୀଙ୍କ ପ୍ରତି କଠୋର ଏବଂ ଲୋକଙ୍କ ପ୍ରତି ନରମ ମନୋଭାବ ପୋଷଣ କରାଯିବ ।
ଅନ୍ୟପଟେ ଭୁବନେଶ୍ଵର ଡିସିପି ଥିବା ପ୍ରତୀକ ସିଂହଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ବଦଳି କରିଦିଆଯାଇଛି। ପୁରୀ ଏସପି ଥିବା ପିନାକ ମିଶ୍ରଙ୍କୁ ଭୁବନେଶ୍ଵର ଡିସିପି ଭାବେ ନିଯୁକ୍ତ କରାଯାଇଛି।
ସୂଚନାନୁସାରେ, ରବିବାର ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ପ୍ରାୟ ୨୭ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ବଦଳି ହୋଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।




