ଓଡ଼ିଶା ଛାଡିବେ ୧୨ ପାକିସ୍ତାନୀ

ଭୁବନେଶ୍ୱର:ପହଲଗାମର ଭୟାବହ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ବର୍ତ୍ତମାନ ସାରା ଭାରତରେ ରହୁଥିବା ପାକିସ୍ତାନୀ ମାନଙ୍କର ଭିସା ରଦ୍ଦ କରିବାରେ ଲାଗିଛନ୍ତି। ଏଥିମଧ୍ୟରେ ଓଡ଼ିଶା ସରକାର ମଧ୍ୟ ପାକିସ୍ତାନୀ ମାନଙ୍କୁ ଖୋଜି ସେମାନଙ୍କୁ ଦେଶାନ୍ତର କରିବା ପାଇଁ ପଦକ୍ଷେପ ନେଉଛନ୍ତି। ଓଡ଼ିଶାରେ ମୋଟ ୧୨ ଜଣ ପାକିସ୍ତାନୀ ନାଗରିକ ଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି। ସେମାନଙ୍କୁ ଏପ୍ରିଲ ୨୭ ସୁଦ୍ଧା ଭାରତ ଛାଡି ପାକିସ୍ତାନ ଫେରିଯିବାକୁ ନୋଟିସ ଦିଆଯାଇଛି। ତେବେ ଏହି ଘଟଣା ପରେ […]

ଓଡ଼ିଶା ଛାଡିବେ ୧୨ ପାକିସ୍ତାନୀ
Samaya Live Picture
Published On

ଭୁବନେଶ୍ୱର:ପହଲଗାମର ଭୟାବହ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ବର୍ତ୍ତମାନ ସାରା ଭାରତରେ ରହୁଥିବା ପାକିସ୍ତାନୀ ମାନଙ୍କର ଭିସା ରଦ୍ଦ କରିବାରେ ଲାଗିଛନ୍ତି।
ଏଥିମଧ୍ୟରେ ଓଡ଼ିଶା ସରକାର ମଧ୍ୟ ପାକିସ୍ତାନୀ ମାନଙ୍କୁ ଖୋଜି ସେମାନଙ୍କୁ ଦେଶାନ୍ତର କରିବା ପାଇଁ ପଦକ୍ଷେପ ନେଉଛନ୍ତି।
ଓଡ଼ିଶାରେ ମୋଟ ୧୨ ଜଣ ପାକିସ୍ତାନୀ ନାଗରିକ ଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି। ସେମାନଙ୍କୁ ଏପ୍ରିଲ ୨୭ ସୁଦ୍ଧା ଭାରତ ଛାଡି ପାକିସ୍ତାନ ଫେରିଯିବାକୁ ନୋଟିସ ଦିଆଯାଇଛି।
ତେବେ ଏହି ଘଟଣା ପରେ ରାଜ୍ୟ ଭିତରେ ଯେଉଁ ମାନେ  ସୀମାପାର କରି ବିବାହ କରିଛନ୍ତି ବର୍ତ୍ତମାନ ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଯେଉଁ ପାକିସ୍ତାନୀ ଦୀର୍ଘକାଳୀନ ଭିସା ନେଇ ଓଡ଼ିଶାରେ ରହୁଛନ୍ତି। ସେମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦେଶ ଛାଡିବାକୁ କୁହାଯାଇଛି।

Tags: