ବିଦ୍ୟୁତ ଆଘାତରେ ଦନ୍ତାହାତୀ ମୃତ

ଦେବଗଡ଼ : ବିଦ୍ୟୁତ ଆଘାତରେ ପୁଣି ଏକ ଦନ୍ତାର ମୃତ୍ୟୁ । ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଗରିଆପାଲି ଗାଁ ନିକଟରେ ଏହି ଘଟଣା ଘଟିଛି । ସ୍ଥାନୀୟ ଲୋକେହାତୀ ମରିପଡିଥିବା ଦେଖି ବନବିଭାଗକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀ ଦେହରେ ଲାଗିଥିବା ବିଦ୍ୟୁତ ତାର ହଟାଇବା […]

ବିଦ୍ୟୁତ ଆଘାତରେ ଦନ୍ତାହାତୀ ମୃତ
Samaya Live Picture
Published On

ଦେବଗଡ଼ : ବିଦ୍ୟୁତ ଆଘାତରେ ପୁଣି ଏକ ଦନ୍ତାର ମୃତ୍ୟୁ । ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଗରିଆପାଲି ଗାଁ ନିକଟରେ ଏହି ଘଟଣା ଘଟିଛି । ସ୍ଥାନୀୟ ଲୋକେହାତୀ ମରିପଡିଥିବା ଦେଖି ବନବିଭାଗକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ହାତୀ ଦେହରେ ଲାଗିଥିବା ବିଦ୍ୟୁତ ତାର ହଟାଇବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସୂଚନାନୁସାରେ,ଗତ କିଛି ଦିନ ହେବ ଗରିଆପାଲି ଗାଁ ନିକଟରେ ହାତୀପଲ ଫସଲ ନଷ୍ଟ କରୁଥିଲେ। ଗତକାଲି ଖାଦ୍ୟ ଅନ୍ୱେଷଣରେ ଯାଇ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Tags: