ଟନେଲ ଟ୍ରାଜେଡି,ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲେ ଓଡ଼ିଆ ଶ୍ରମବୀର
ଭୁବନେଶ୍ୱର : ଉତ୍ତରକାଶୀ ଟନେଲ ଟ୍ରାଜେଡି I ଓଡିଶା ଫେରିଲେ ୪ ଶ୍ରମବୀର I ଜଣଙ୍କୁ ଛାଡି ଆଉ ୪ ଜଣ ଓଡ଼ିଆ ଶ୍ରମିକ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି I ଉତ୍ତରକାଶୀ ସିଲକ୍ୟାରା ଟନେଲରୁ ଉଦ୍ଧାର ହୋଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଓଡ଼ିଶା ଫେରିଛନ୍ତି। କିଛି ସମୟ ତଳେ ୪ ଜଣ ଭୁବନଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ଶ୍ରମ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଛି । […]
ଭୁବନେଶ୍ୱର : ଉତ୍ତରକାଶୀ ଟନେଲ ଟ୍ରାଜେଡି I ଓଡିଶା ଫେରିଲେ ୪ ଶ୍ରମବୀର I ଜଣଙ୍କୁ ଛାଡି ଆଉ ୪ ଜଣ ଓଡ଼ିଆ ଶ୍ରମିକ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି I ଉତ୍ତରକାଶୀ ସିଲକ୍ୟାରା ଟନେଲରୁ ଉଦ୍ଧାର ହୋଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୪ ଜଣ ଓଡ଼ିଶା ଫେରିଛନ୍ତି। କିଛି ସମୟ ତଳେ ୪ ଜଣ ଭୁବନଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ଶ୍ରମ ବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଛି । ତେବେ ଅନ୍ୟ ଜଣେ ଶ୍ରମିକ ତପନ ମଣ୍ଡଳ ତାଙ୍କ ଭାଇଙ୍କ ସହ ଫେରିବେ ବୋଲି ସୂଚନା ମିଳିଛି I ଗତକାଲି ହସ୍ପିଟାଲରୁ ସମସ୍ତ ୪୧ ଶ୍ରମିକଙ୍କ ସମେତ ୫ ଓଡ଼ିଆଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା
ସୂଚନାନୁସାରେ,ଗତ ନଭେମ୍ବର ମାସ ୧୨ ତାରିଖ ଦିନ ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ କାମ କରୁଥିବା ବେଳେ ମାଟି ଅତଡ଼ା ଧସିବାରୁ ଫସି ଯାଇଥିଲେ ୪୧ ଶ୍ରମିକ। ଏମାନଙ୍କ ମଧ୍ୟରେ ଥିଲେ ୫ ଜଣ ଓଡ଼ିଆ ଶ୍ରମିକ I ୧୭ ଦିନ ପରେ ଗତ ମଙ୍ଗଳବାର ୨୮ ତାରିଖ ଦିନ ପାଇପ ଯୋଗେ ସମସ୍ତଙ୍କୁ ଟନେଲରୁ ବାହାର କରାଯାଇଥିଲା। ଏହାପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ରିଷିକେଶ AIIMS ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା।
ଆଜି ଓଡିଶା ଫେରିଥିବା ଶ୍ରମିକମାନେ ହେଲେ ହେଲେ ମୟୂରଭଞ୍ଜ ତିରିଂ ଥାନା କୁଳଡିହା ଗାଁର ରାଜୁ ନାଏକ,ବାଙ୍ଗିରିପୋଷି ବ୍ଲକ ବେଢାକୁରା ଗାଁର ଧୀରେନ ନାଏକ,ଯୋଗୀବନ୍ଧ ଗାଁର ବିଶେଶ୍ବର ନାଏକ ଓ ନବରଙ୍ଗପୁରର ଭଗବାନ ବତ୍ରା। ରାଜ୍ୟ ଶ୍ରମମନ୍ତ୍ରୀ ଶାରଦା ନାୟକ ଏମାନଙ୍କୁ ବିମାନ ଯୋଗେ ଓଡ଼ିଶା ଆଣିଛନ୍ତି । ଏମାନଙ୍କ ମଧ୍ୟରେ ଥିବା ତପନ ମଣ୍ଡଳ ରୁଷିକେଶ ସ୍ଥିତ ସମ୍ପକୀୟଙ୍କ ଘରେ ରହିବେ ।




