ମଙ୍ଗଳବାର ପଥୋତ୍ସବ

ଭୁବନେଶ୍ୱର : ପୁଣି ରାଜଧାନୀକୁ ଫେରିଲା ପଥୋତ୍ସବ । ରାଜଧାନୀର ରାଜରାସ୍ତାରେ ପଥୋତ୍ସବ ର ମଜା ଉଠାଇ ପାରିବେ ଆବାଳବୃଦ୍ଧବନିତା । ବିଭିନ୍ନ ପ୍ରକାର ନାଚ ଗୀତ ସହିତ କ୍ରୀଡା କୌଶଳ ପ୍ରଦର୍ଶନ କରି ମସଗୁଲ ହେବେ ଛାତ୍ରଛାତ୍ରୀ । ମଙ୍ଗଳବାର ଦିନ ଜନପଥରେ ଆରମ୍ଭ ହେବ ପଥୋତ୍ସବ। ମାଷ୍ଟରକାଣ୍ଟିନ୍ ଛକରୁ ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡ଼ିଆ ଯାଏ ପଥୋତ୍ସବ କରାଯିବ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ କରାଯିବ। ସକାଳ […]

Samaya Live Picture
Published On

ଭୁବନେଶ୍ୱର : ପୁଣି ରାଜଧାନୀକୁ ଫେରିଲା ପଥୋତ୍ସବ । ରାଜଧାନୀର ରାଜରାସ୍ତାରେ ପଥୋତ୍ସବ ର ମଜା ଉଠାଇ ପାରିବେ ଆବାଳବୃଦ୍ଧବନିତା । ବିଭିନ୍ନ ପ୍ରକାର ନାଚ ଗୀତ ସହିତ କ୍ରୀଡା କୌଶଳ ପ୍ରଦର୍ଶନ କରି ମସଗୁଲ ହେବେ ଛାତ୍ରଛାତ୍ରୀ । ମଙ୍ଗଳବାର ଦିନ ଜନପଥରେ ଆରମ୍ଭ ହେବ ପଥୋତ୍ସବ। ମାଷ୍ଟରକାଣ୍ଟିନ୍ ଛକରୁ ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡ଼ିଆ ଯାଏ ପଥୋତ୍ସବ କରାଯିବ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ କରାଯିବ। ସକାଳ ସାଢ଼େ ୭ଟାରୁ ୧୦ ଯାଏ ଏହି କାର୍ଯ୍ୟକ୍ରମ ହେବ ।

ଚଳିତବର୍ଷ ପଥୋତ୍ସବ କାର୍ଯ୍ୟକ୍ରମରେ ଓ୍ବାକାଥନ୍ ମଧ୍ୟ କରାଯିବ। ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଏହି ପ୍ରୟାସ କରାଯାଇଛି। ୧୭ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ଏଥିରେ ସାମିଲ ହେବାକୁ କୁହାଯାଇଛି।

Tags: