୨୦୦ ଫୁଟ ତଳକୁ ଖସିଲା ପେପର ବୋଝେଇ ଟ୍ରକ,ଦୁର୍ଘଟଣାର ସମ୍ମୁଖୀନ ହେଲା ବରଯାତ୍ରୀ ବସ
ଖଲ୍ଲିକୋଟ : ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥରେ ଅଘଟଣ I ବଡ ଘାଟି ହରିଡାମୂଳରେ ୨୦୦ ଫୁଟ ତଳକୁ ଖସିଲା ଏକ ପେପର ବୋଝେଇ ଟ୍ରକ । ଆଜି ଭୋର ୪ ଟା ସମୟରେ ଏହି ଅଘଟଣ ଘଟି ଥିବାବେଳେ ଅଳ୍ପକେ ବର୍ତି ଯାଇଛନ୍ତି ଡ୍ରାଇଭର ଓ ହେଲପର । ଟ୍ରକଟି ତେଲେଙ୍ଗାନାରୁ ପେପର ଧରି ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ତେବେ ଦୁର୍ଘଟଣାର ପ୍ରକୃତ […]
ଖଲ୍ଲିକୋଟ : ଖଲ୍ଲିକୋଟ ୧୬ ନମ୍ବର ଜାତୀୟ ରାଜପଥରେ ଅଘଟଣ I ବଡ ଘାଟି ହରିଡାମୂଳରେ ୨୦୦ ଫୁଟ ତଳକୁ ଖସିଲା ଏକ ପେପର ବୋଝେଇ ଟ୍ରକ । ଆଜି ଭୋର ୪ ଟା ସମୟରେ ଏହି ଅଘଟଣ ଘଟି ଥିବାବେଳେ ଅଳ୍ପକେ ବର୍ତି ଯାଇଛନ୍ତି ଡ୍ରାଇଭର ଓ ହେଲପର । ଟ୍ରକଟି ତେଲେଙ୍ଗାନାରୁ ପେପର ଧରି ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ଅଗ୍ନିଶମ ବାହୀନି ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି I
ଅନ୍ୟପଟେ ଜଗତସିଂହପୁର ଜିଲ୍ଲା ଏକ ବରଯାତ୍ରୀ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି I ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ବସ । ଦୁର୍ଘଟଣାରେ ୫ ଜଣ ଗୁରତର ହେବା ସହିତ ୪୫ ଜଣ ଆହତ ହୋଇଛନ୍ତି l ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଧୀନ ତିହୁଡି ନହରଣା ମୁଖ୍ୟରାସ୍ତାର ଶୋଭା ପେଟ୍ରୋଲ ପମ୍ପ ନିକଟରେ ଗତ ବିଳମ୍ବିତ ରାତି ୨ .୩୦ ମିନିଟ୍ ରେ ଏହି ଦୁର୍ଘଟଣା ଘଟିଛି I ବସରେ ସମୁଦାୟ ୫୦ ରୁ ଉର୍ଦ୍ଧ୍ୱ ଯାତ୍ରୀଥିଲେ । ଗୁରୁତର ମାନଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲ ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ।
ସୂଚନାନୁଯାୟୀ, ଧନହର ବେଲାରୀ ଗାଁରୁ ବରଯାତ୍ରୀ ନେଇ ବାବାମଣି ବସ ବାଲିକୁଦା ବୁଦ୍ଧିସାହି ଯାଇଥିଲା । ଆଉ ବରଯାତ୍ରୀ ଘରକୁ ଫେରୁଥିବା ସମୟରେ ବସଟି ଶୋଭା ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା l




