ଟ୍ରକ୍ ଓ ପୋଲିସ ଗାଡି ମୁହାଁମୁହିଁ ଧକ୍କା,୨ମୃତ
ବୌଦ୍ଧ: ଆଜି ୫ ଟା ସମୟରେ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ତେଲିବନ୍ଧ କମଳପୁର ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା I ପୋଲିସ ଗାଡ଼ି ଓ ଟ୍ରକ୍ ମୁହାଁମହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ୨ ମୃତକ ହେଲେ ପୋଲିସ ଗାଡି ଡ୍ରାଇଭର ପ୍ରଶାନ୍ତ ସାହୁ ଓ ବାଉଁଶୁଣୀ ଥାନାର ହୋମଗାର୍ଡ ଜଗନ୍ନାଥ ମେହେର। ଆହତମାନେ ହେଲେ ବାଉଁଶୁଣୀ ଥାନା ଏଏସ୍ଆଇ, ହୋମଗାର୍ଡ ଓ […]
ବୌଦ୍ଧ: ଆଜି ୫ ଟା ସମୟରେ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ତେଲିବନ୍ଧ କମଳପୁର ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା I ପୋଲିସ ଗାଡ଼ି ଓ ଟ୍ରକ୍ ମୁହାଁମହିଁ ଧକ୍କା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି।
୨ ମୃତକ ହେଲେ ପୋଲିସ ଗାଡି ଡ୍ରାଇଭର ପ୍ରଶାନ୍ତ ସାହୁ ଓ ବାଉଁଶୁଣୀ ଥାନାର ହୋମଗାର୍ଡ ଜଗନ୍ନାଥ ମେହେର। ଆହତମାନେ ହେଲେ ବାଉଁଶୁଣୀ ଥାନା ଏଏସ୍ଆଇ, ହୋମଗାର୍ଡ ଓ କନେଷ୍ଟବଲ। ସମସ୍ତ ଗୁରୁତରଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ,କଟକରୁ ଏକ ରେସକ୍ୟୁ ଅପରେଶନ ସାରି ଏକ ପ୍ରାଇଭେଟ ବୋଲେରୋରେ ଆସୁଥିଲେ ବାଉଁଶୁଣୀ ଥାନାର ଏଏସଆଇ ନାଗରାଜ ପ୍ରଧାନ ଓ ଗୃହରକ୍ଷୀ ସୁଶାନ୍ତ ସାହୁ ଏବଂ ଜଗନ୍ନାଥ ମେହେର। ସେମାନେ ବାଉଁଶୁଣି ଫେରୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ବୋଲେରୋକୁ ଧକ୍କା ଦେଇଥିଲା। ଗୁରୁତର ଏଏସଆଇ ନାଗରାଜ ପ୍ରଧାନ ଓ ହୋମଗାର୍ଡ ସୁଶାନ୍ତଙ୍କୁ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଛାଡି ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। । ଘଟଣା ସ୍ଥଳରେ ଜହ୍ନ।ପଙ୍କ ଫାଣ୍ଡି ଅଧିକାରୀ କୁମୁଦ ଚନ୍ଦ୍ର ଭୋଇ ଓ ବାଉଁଶୁଣି ଥାନା ଅଧିକାରୀ ଅରୁଣ କୁମାର ସିଂହ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ତଦନ୍ତ ଜାରି ରହିଛି।




