ନିଆରା ପରମ୍ପରା ତ୍ରିବେଣୀ ଯାତ୍ରା

ସମୟ ଲାଇଭ,୨୫/୧: ନାଉଗାଁ ବ୍ଲକ ସଦର ମହକୁମା ଠାରୁ ଉତ୍ତର ଦିଗକୁ ୮ କିଲୋମିଟର ଗଲେ ପଡେ କୁଣ୍ଡେସ୍ଵର ଗ୍ରାମ। ଗ୍ରାମର ପୂର୍ବରେ ସଠଳପୁର, ପଶ୍ଚିମରେ ମଧୁପୁର, ଦକ୍ଷୀଣରେ ବେଣାପଡା ଓ ପୂର୍ବରେ ବାଲିକୁଦା ବ୍ଲକର ରହିଛି ଗହିରପଡା ଗାଁ। ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୨୦୦୦ ହଜାରରୁ ଊର୍ଦ୍ଧ୍ଵ ହେବ।  ଐତିହାସିକ ଓ ପୌରାଣିକ ଦୃଷ୍ଟିକୋଣରୁ ଉକ୍ତ ଗ୍ରାମର ବେଶ୍ ଗୁରୁତ୍ବ ରହିଛି। ଗ୍ରାମରେ ଥିବା ପ୍ରାଚୀନ ମନ୍ଦିର ଅତୀତର ବହୁ କିର୍ତ୍ତୀରାଜି ବହନ କରିଛି। […]

Samaya Live Picture
Published On

ସମୟ ଲାଇଭ,୨୫/୧: ନାଉଗାଁ ବ୍ଲକ ସଦର ମହକୁମା ଠାରୁ ଉତ୍ତର ଦିଗକୁ ୮ କିଲୋମିଟର ଗଲେ ପଡେ କୁଣ୍ଡେସ୍ଵର ଗ୍ରାମ। ଗ୍ରାମର ପୂର୍ବରେ ସଠଳପୁର, ପଶ୍ଚିମରେ ମଧୁପୁର, ଦକ୍ଷୀଣରେ ବେଣାପଡା ଓ ପୂର୍ବରେ ବାଲିକୁଦା ବ୍ଲକର ରହିଛି ଗହିରପଡା ଗାଁ। ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୨୦୦୦ ହଜାରରୁ ଊର୍ଦ୍ଧ୍ଵ ହେବ।  ଐତିହାସିକ ଓ ପୌରାଣିକ ଦୃଷ୍ଟିକୋଣରୁ ଉକ୍ତ ଗ୍ରାମର ବେଶ୍ ଗୁରୁତ୍ବ ରହିଛି। ଗ୍ରାମରେ ଥିବା ପ୍ରାଚୀନ ମନ୍ଦିର ଅତୀତର ବହୁ କିର୍ତ୍ତୀରାଜି ବହନ କରିଛି। ଗ୍ରାମରେ ଥିବା ମହାଦେବ ମନ୍ଦିର ସହ ଏହି ଗ୍ରାମର ନାମକରଣର ସମ୍ପର୍କ ରହିଥିବା କୁହାଯାଏ। ୧୨୦୦ ଖୀଷ୍ଟାବ୍ଦରେ ଗଙ୍ଗ ବଂଶଙ୍କ ଶାସନ କାଳରେ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। ପୂଜକ ଶୁକଦେବ ପାଢିଙ୍କ କହିବା ଅନୁଯାୟୀ ୨୦୩୦ ବର୍ଷ ପୂର୍ବେ ରାଜା ଭୀଷ୍ମଜ ଉକ୍ତ ମନ୍ଦିର ନିର୍ମାଣ କରିଥିଲେ।ମାଘମାସର ତ୍ରିବେଣୀ ଯାତ୍ରା ଉକ୍ତ ପିଠର ଏକ ସବୁଠାରୁ ବଡ ପର୍ବ। ନିକଟରେ ପ୍ରବାହିତ ଅଳକା ନଦୀର ତ୍ରିବେଣୀ ପିଠରେ ଠାକୁର ସ୍ନାନ କରିବା ପରେ ଉକ୍ତ ନଦୀ ଘାଟରେ ବୁଡ଼ ପକାଇଲେ ମନୋସ୍କାମନା ପୁରଣ ହୁଏ ବୋଲି କିମ୍ବଦନ୍ତୀ ରହିଛି। ଗ୍ରାମବାସୀ ମାନେ ନିଜ ନିଜ ଭିତରେ ସୁସମ୍ପର୍କ ରଖିବା ସହିତ ପରସ୍ପରକୁ ସାହାଯ୍ୟ ମଧ୍ୟ କରିଥାନ୍ତି। ଗାଁର ଭାଇଚାରା ଅନ୍ୟ ଅଞ୍ଚଳ ପାଇଁ ଅନୁକରଣୀୟ। ଏହି ତ୍ରିବେଣୀ ଯାତ୍ରାରେ ପ୍ରବଳ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ, ନାଉଗାଁ ବ୍ଲକ ଓ ବାଲିକୁଦା ବ୍ଲକର ବହୁତ ଭକ୍ତ ମାନେ ଯୋଗଦେଇ ଠାକୁରଙ୍କ ଆଶିର୍ବାଦ କାମନା କରି ନିଜର ମନୋସ୍କାମନା ପୁରଣ ପାଇଁ ଏହି ନଦୀ ଘାଟରେ ବୁଡ଼ ପକାଇଥାନ୍ତି। ଏହି ଯାତ୍ରାରେ ବିଭିନ୍ନ ପ୍ରକାରର ଦୋକାନ ବଜାର ଆଦି ଜନସାଧାରଣ ମାନଙ୍କର ମନମୋହିତ କରିଥାଏ ଓ ଏହାର ଭରପୁର ମଜା ସେମାନେ ନେଇଥାନ୍ତି। ଏହି ଯାତ୍ରା ୫ ଦିନ ଧରି ଚାଲେ ଓ ଓଡ଼ିଶାର ସୁନାମଧନ୍ୟ ଯାତ୍ରା ପାର୍ଟି ଦ୍ଵାରା ଯାତ୍ରା ପରିବେଷଣ କରାଯାଇଥାଏ।

Tags: