ତ୍ରିଲୋଚନ ମହାନ୍ତି ହେଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଲେ ତ୍ରିଲୋଚନ ମହାନ୍ତି । ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି। କେନ୍ଦୁଝର ଉପଜିଲାପାଳ ଭାବେ ସେ ଦାୟିତ୍ୱରେ ଥିଲେ। ଉପଜିଲାପାଳ ପଦରୁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ପଦକୁ ବଦଳି କରାଯାଇଛି। […]

Samaya Live Picture
Published On

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଲେ ତ୍ରିଲୋଚନ ମହାନ୍ତି । ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କେନ୍ଦୁଝର ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି। କେନ୍ଦୁଝର ଉପଜିଲାପାଳ ଭାବେ ସେ ଦାୟିତ୍ୱରେ ଥିଲେ। ଉପଜିଲାପାଳ ପଦରୁ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ପଦକୁ ବଦଳି କରାଯାଇଛି।

ଶ୍ରୀଯୁକ୍ତ ତ୍ରିଲୋଚନ ମହାନ୍ତି ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ର ବିଡିଓ ଭାବେ କାର୍ଯ୍ୟ କରୁଥିଲେ। ଦୁଇମାସ ତଳେ କେନ୍ଦୁଝର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ। କିଛିମାସ ମଧ୍ୟରେ ସେ ସାଧାରଣ ଲୋକଙ୍କ ପାଇଁ କାମ କରି ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲେ।

Tags: