ଆଦିବାସୀ ମାନ୍ୟତା ଦାବିରେ ପରଜା ସମାଜ

କାଶୀପୁର : ଆଦିବାସୀ ମାନ୍ୟତା ଦାବିରେ ପରଜା ସମାଜର ଭୋର୍ଟ ବର୍ଜନ ଚେତାବନୀ l କାଶୀପୁର ବ୍ଲକ ହାଡ଼ିଗୁଡ଼ା ପଞ୍ଚାୟତ ବାଗରୀ ଝୋଲା ଗ୍ରାମରେ ଆଜି ପରଜା ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଝୋଡ଼ିଆ ପରଜାଙ୍କୁ ଆଦିବାସୀ ମାନ୍ୟତା ଦେବା ନେଇ ପଦକ୍ଷେପ ଗ୍ରହଣ କରାନଗଲେ ଭୋଟ ବର୍ଜନ କରିବାର ଚେତାବନୀ ଦିଆଯାଇଛି l ସୂଚନାନୁସାରେ ,ପରଜା ସମାଜର ନାରୀନେତ୍ରୀ ସୁମନୀ ଝୋଡ଼ିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ୮୬ଟି […]

Samaya Live Picture
Published On

କାଶୀପୁର : ଆଦିବାସୀ ମାନ୍ୟତା ଦାବିରେ ପରଜା ସମାଜର ଭୋର୍ଟ ବର୍ଜନ ଚେତାବନୀ l କାଶୀପୁର ବ୍ଲକ ହାଡ଼ିଗୁଡ଼ା ପଞ୍ଚାୟତ ବାଗରୀ ଝୋଲା ଗ୍ରାମରେ ଆଜି ପରଜା ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଝୋଡ଼ିଆ ପରଜାଙ୍କୁ ଆଦିବାସୀ ମାନ୍ୟତା ଦେବା ନେଇ ପଦକ୍ଷେପ ଗ୍ରହଣ କରାନଗଲେ ଭୋଟ ବର୍ଜନ କରିବାର ଚେତାବନୀ ଦିଆଯାଇଛି l
ସୂଚନାନୁସାରେ ,ପରଜା ସମାଜର ନାରୀନେତ୍ରୀ ସୁମନୀ ଝୋଡ଼ିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ୮୬ଟି ଗ୍ରାମରୁ ଆସିଥିବା ପରଜା ସମାଜର ଶତାଧିକ ଜାନୀ, ମୁଦୁଲି, ଗଉନ୍ତିଆ ପ୍ରମୁଖ ସମାଜର ମୁଖିଆ ଯୋଗ ଦେଇଥିଲେ l ଝୋଡ଼ିଆ ପରଜାଙ୍କୁ ଆଦିବାସୀ ମାନ୍ୟତା ଦେବା ନେଇ ଆଲୋଚନା କରିଥିଲେ l ଦାବି ପୂରଣ ଦିଗରେ ଆଗାମୀ ସାଧାରଣ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବାର ଜଣାଯାଇଛି l ଉକ୍ତ ବୈଠକରେ ଅଖିଳ ଝୋଡ଼ିଆ, ନାଥ ଜାନୀ, ଭବାନୀ ଶଙ୍କର ଝୋଡ଼ିଆ, ଘାସେନ ଝୋଡ଼ିଆ, ସୁରେନ୍ଦ୍ର ଝୋଡ଼ିଆ, ବୁଧେଶ୍ୱର ଝୋଡ଼ିଆ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ l

Tags: