ଓଡ଼ିଶାରେ ଆଜି ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ
ଭୁବନେଶ୍ୱର : ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ କରାଯିବାର ରହିଛି । ଆଜି ଦିନ ୯ ଟାରେ ପୁରୀରୁ ବାହାରି ଦିନ ୧୨ ଟା ସୁଦ୍ଧା ତାଳଚେର ରୋଡ ଷ୍ଟେସନରେ ପହଞ୍ଚି ବ I ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ରହିବ ଏହି ଟ୍ରେନ୍ । ଚଳିତ ବର୍ଷ ମେ’ ମାସ […]
ଭୁବନେଶ୍ୱର : ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଆଜି ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ କରାଯିବାର ରହିଛି । ଆଜି ଦିନ ୯ ଟାରେ ପୁରୀରୁ ବାହାରି ଦିନ ୧୨ ଟା ସୁଦ୍ଧା ତାଳଚେର ରୋଡ ଷ୍ଟେସନରେ ପହଞ୍ଚି ବ I ଟ୍ରାଏଲ ରନ୍ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ରହିବ ଏହି ଟ୍ରେନ୍ । ଚଳିତ ବର୍ଷ ମେ’ ମାସ ୧୮ ତାରିଖରେ ପୁରୀରୁ-ହାୱଡ଼ା ପର୍ଯ୍ୟନ୍ତ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ଯାହାକୁ ଭର୍ଚୁଆଲରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଯାତାୟାତର ସୁବିଧା କ୍ଷେତ୍ରରେ ବନ୍ଦେ ଭାରତ ଏକ୍ସପ୍ରେସ ଏକ ନିର୍ଣ୍ଣାୟକ ଭୂମିକା ନିଭାଉଥିବା ବେଳେ ଓଡ଼ିଶାର ବିଭିନ୍ନ ରୁଟରେ ଏହାର ପ୍ରଚଳନ କରି ରାଜ୍ୟବାସୀଙ୍କୁ ଯାତାୟାତର ସୁବିଧା ଯୋଗାଇବ I




