ଏମ୍ସକୁ ସ୍ଥାନାନ୍ତର ହେଲେ ପ୍ରଦୀପ ପାଣିଗ୍ରାହୀ
ବ୍ରହ୍ମପୁର : ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ। ଆଜି ତାଙ୍କୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପଞ୍ଜରା ହାଡ ଏବଂ ଫୁସଫୁସରେ ଆଘାତ ଲାଗିଛି। ତେଣୁ ଅଧିକ ଚିକତ୍ସା ପାଇଁ ତାଙ୍କୁ ସ୍ଥାନାନ୍ତର କରାଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ସୂଚନାନୁସାରେ,ସୋମବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ସନ୍ଧ୍ୟାବେଳେ ଗୋଶାଣୀ ନୂଆଗାଁ ବୁଥ ସାମ୍ନାରେ ମୁହାଁମୁହିଁ ହୋଇଥିଲେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ […]
ବ୍ରହ୍ମପୁର : ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ। ଆଜି ତାଙ୍କୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପଞ୍ଜରା ହାଡ ଏବଂ ଫୁସଫୁସରେ ଆଘାତ ଲାଗିଛି। ତେଣୁ ଅଧିକ ଚିକତ୍ସା ପାଇଁ ତାଙ୍କୁ ସ୍ଥାନାନ୍ତର କରାଯାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ସୂଚନାନୁସାରେ,ସୋମବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ସନ୍ଧ୍ୟାବେଳେ ଗୋଶାଣୀ ନୂଆଗାଁ ବୁଥ ସାମ୍ନାରେ ମୁହାଁମୁହିଁ ହୋଇଥିଲେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବଂ ବ୍ରହ୍ମପୁର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ I ଗୋଶାଣୀ ନୂଆଗାଁ ଥାନା ପୁଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିଲା। ମାଡ଼ ଖାଇବା ପରେ ପ୍ରଦୀପଙ୍କୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଏହି ଘଟଣାରେ ପୁଲିସ୍ ଆକ୍ରମଣକାରୀ ପିଣ୍ଟୁ ଦାଶଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
ଘଟନାନୁସାରେ,ଗତକାଲି ଗୋଷାଣିନୂଆଗାଁ ଥାନା ସମ୍ମୁଖରେ ଥିବା ଏକ ବୁଥରେ ସନ୍ଧ୍ୟା ୭ଟା ପରେ ମଧ୍ୟ ମତଦାନ ଚାଲିଥିଲା। ଏହା ଜାଣିବା ପରେ ପ୍ରଦୀପ ସେଠାରେ ପହଞ୍ଚି ଥାନାଧିକାରୀ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସ୍ବାଧୀନ ବିଧାୟକ ପ୍ରାର୍ଥୀ ପିଣ୍ଟୁ ପହଞ୍ଚିି ପ୍ରଦୀପଙ୍କ ଛାତିକୁ ମାରିଥିଲେ। ଏହାପରେ ଉଭୟ ଦଳର ସମର୍ଥକ ମାନେ ହାତାହାତୀ ହୋଇଥିଲେ I ଘଟଣା ସ୍ଥଳରେ ଗୁରୁତର ଭାବରେ ଆହତ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ I




