ସନ୍ଧ୍ୟା ସୁଦ୍ଧା ଶେଷ ହେବ ସ୍ଥାନାନ୍ତର ପ୍ରକ୍ରିୟା -ମନ୍ତ୍ରୀ
ଭୁବନେଶ୍ୱର : ବାତ୍ୟା ଦାନାକୁ ନେଇ ଆଲର୍ଟରେ ସରକାର । ବିଶେଷ କରି ପ୍ରଶାସନ ତରଫରୁ ବଢିଛି ତପ୍ତରତା । ସରକାର ଜିରୋ କାଜୁାଲିଟିକୁ ଦେଇଛନ୍ତି ଗୁରୁତ୍ୱ । ଘନ ଘନ ବସୁଛି ବୈଠକ । ମନ୍ତ୍ରୀ ସ୍ତରୀୟ ବୈଠକ ଚାଲିଛି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି Evacuation process ସୂର୍ଯ୍ୟାସ୍ତ ସୁଦ୍ଧା ଶେଷ ହେବ । ଏଥିପାଇଁ ସାଢେ ୫ ହଜାରର ରିଲିଫ୍ ସେଣ୍ଟର କରାଯାଇଛି। […]
ଭୁବନେଶ୍ୱର : ବାତ୍ୟା ଦାନାକୁ ନେଇ ଆଲର୍ଟରେ ସରକାର । ବିଶେଷ କରି ପ୍ରଶାସନ ତରଫରୁ ବଢିଛି ତପ୍ତରତା । ସରକାର ଜିରୋ କାଜୁାଲିଟିକୁ ଦେଇଛନ୍ତି ଗୁରୁତ୍ୱ । ଘନ ଘନ ବସୁଛି ବୈଠକ । ମନ୍ତ୍ରୀ ସ୍ତରୀୟ ବୈଠକ ଚାଲିଛି । ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ କହିଛନ୍ତି Evacuation process ସୂର୍ଯ୍ୟାସ୍ତ ସୁଦ୍ଧା ଶେଷ ହେବ । ଏଥିପାଇଁ ସାଢେ ୫ ହଜାରର ରିଲିଫ୍ ସେଣ୍ଟର କରାଯାଇଛି। ଲୋକମାନଙ୍କୁ ଅନୁରୋଧ ସେମାନେ ପ୍ରଶାସନକୁ ସହଯୋଗ କରନ୍ତୁ । ଯେଉଁ ଗାଁର ଲୋକ ରିଲିଫ୍ ସେଣ୍ଟରକୁ ଆସିବେ, ସେ ଗାଁକୁ ପୋଲିସ ଜଗିବ । ଧନ ସମ୍ପଦ୍ ଚୋରି ରୋକିବାକୁ ବି ଯୋଜନା ହୋଇଛି । ଏଥିଲାଗି ଲୋକେ ନିର୍ଭୟ ରୁହନ୍ତୁ।
ଭଦ୍ରକ ଓ ବାଲେଶ୍ଵର ଅଧିକ ପ୍ରଭାବିତ ହେବ । କ୍ୟାବିନେଟ୍ ରେ ସମ୍ଭାବ୍ୟ ବାତ୍ୟା ନେଇ ଆଲୋଚନା ହେବ । ମୁଖ୍ୟମନ୍ତ୍ରୀ src ଙ୍କ କାର୍ଯ୍ୟାଳୟକୁ ଯାଇ ସମୀକ୍ଷା କରିବେ। କୌଣସି ରିସ୍କ ନିଅନ୍ତୁ ନାହିଁ। ହୁଏତ ବାତ୍ୟାର ପ୍ରଭାବ ନ ପଡି ପାରେ। କିନ୍ତୁ ସହଯୋଗ କରନ୍ତୁ।
କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଲୋକମାନଙ୍କୁ ଗତକାଲିଠୁ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ କରିସାରିଛି । ବିଶେଷ କରି ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜନଗର ମେଡିକାଲ ଟିମ୍ ରାଜନଗର ବ୍ଲକର ବିଭିନ୍ନ ସ୍ଥାନରୁ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଆଣି ରାଜନଗର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ବ୍ଲକର ୩୨ ଜଣ ଗର୍ଭବତୀ ମହିଳାଙ୍କୁ ବାତ୍ୟା ପୂର୍ବରୁ ସୁରକ୍ଷିତ ଭାବେ ରଖିବା ସହ ଏମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପ୍ରତି ଗୁରୁତ୍ୱ ଦିଆ ଯାଉଛି ।




