ଟ୍ରାଙ୍କୁଲାଇଜ ହେଲା ଗୋଠଛଡ଼ା ଦନ୍ତା

ଭୁବନେଶ୍ୱର : ପିପିଲି ପରେ ରାଜଧାନୀ ମୁହଁI ହେଲା ଗୋଠଛଡ଼ା ଦନ୍ତା I ଗତକାଲି ରାତିରେ ଗୋଟିଏ ହାତୀ ପିପିଲି ଟୋଲ ଗେଟ ଦେଇ ଧଉଳି ରାସ୍ତାରେ ଆସି ଲିଙ୍ଗରାଜ ମନ୍ଦିର ନିକଟରେ ବୁଲାବୁଲି କରୁଥିବାର ଦେଖାଯାଇଥିଲା । ସେଠାରୁ ହାତୀଟି ସୁନ୍ଦରପଦା ଅଞ୍ଚଳକୁ ଚାଲି ଯାଇଥିଲା। ଆଗରେ ହାତୀ ଚାଲୁଥିବାବେଳେ ଏହାକୁ ଘଉଡ଼ାଇବାକୁ ପଛେ ପଛେ ବନବିଭାଗ ଓ ପୁଲିସ୍‌ ଟିମ ଚାଲିଥିଲେ । ହାତୀଟି ଜନବସତିମୁହାଁ ହେବାରୁ ଲୋକେ ଭୟଭୀତ ହୋଇ ପଡ଼ି ଘରେ […]

Samaya Live Picture
Published On

ଭୁବନେଶ୍ୱର : ପିପିଲି ପରେ ରାଜଧାନୀ ମୁହଁI ହେଲା ଗୋଠଛଡ଼ା ଦନ୍ତା I ଗତକାଲି ରାତିରେ ଗୋଟିଏ ହାତୀ ପିପିଲି ଟୋଲ ଗେଟ ଦେଇ ଧଉଳି ରାସ୍ତାରେ ଆସି ଲିଙ୍ଗରାଜ ମନ୍ଦିର ନିକଟରେ ବୁଲାବୁଲି କରୁଥିବାର ଦେଖାଯାଇଥିଲା । ସେଠାରୁ ହାତୀଟି ସୁନ୍ଦରପଦା ଅଞ୍ଚଳକୁ ଚାଲି ଯାଇଥିଲା। ଆଗରେ ହାତୀ ଚାଲୁଥିବାବେଳେ ଏହାକୁ ଘଉଡ଼ାଇବାକୁ ପଛେ ପଛେ ବନବିଭାଗ ଓ ପୁଲିସ୍‌ ଟିମ ଚାଲିଥିଲେ । ହାତୀଟି ଜନବସତିମୁହାଁ ହେବାରୁ ଲୋକେ ଭୟଭୀତ ହୋଇ ପଡ଼ି ଘରେ ପଶି ରହିଥିଲେ। କୌଣସି ଅଘଟଣ ଆଶଙ୍କାରେ ବନବିଭାଗ, ପୁଲିସର ଏକାଧିକ ଟିମ୍ ନିୟୋଜିତ ହୋଇଥିଲେ। ଆଜି ଭୋରରୁ ହାତୀଟିକୁ ଆଇଗିଣିଆ ଆର୍ୟୁବେଦ ପାର୍କରେ ଥିବା ବେଳେ ଟ୍ରାଙ୍କୁଲାଇଜ କରିଛନ୍ତି ବନବିଭାଗ ଟିମ । ଏହାପରେ ସକାଳୁ ହାତୀଟିକୁ କ୍ରେନ ସାହାଯ୍ୟରେ ଟ୍ରକ ରେ ଲଦି ଚନ୍ଦକା ଜଙ୍ଗଲକୁ ସ୍ଥାନାନ୍ତର କରାଯାଇଛି। ତେବେ ହାତୀଟି କାହାରି କ୍ଷୟକ୍ଷତି କରିନଥିବା ଜଣାପଡିଛି I

Tags: