ଆଜିଠୁ ରାଜ୍ୟରେ ବାଘ ଗଣନା ପାଇଁ ତାଲିମ ଆରମ୍ଭ
ଭୁବନେଶ୍ୱର : ରାଜ୍ୟରେ ଅକ୍ଟୋବରରୁ ହେବ ବାଘ ଗଣନା l ଏଥିପାଇଁ ଆଜିଠୁ ବାଘ ଗଣନା ପାଇଁ ତାଲିମ ପ୍ରକ୍ରିୟା ଆରମ୍ଭ କରାଯିବ l ତଥ୍ୟାନୁସାରେ, ରାଜ୍ୟ ବନ ବିଭାଗ ସ୍ୱତନ୍ତ୍ର ଭାବେ ନିଜସ୍ୱ ବାଘ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି l ବିଭିନ୍ନ ପର୍ଯ୍ୟାୟରେ ଗଣନାକାରୀଙ୍କୁ ତାଲିମ ଦିଆଯିବା ପାଇଁ ଯୋଜନା କରାଯାଇଛି l ପ୍ରଥମେ ୨୦ ଜଣ ମାଷ୍ଟର ଟ୍ରେନରଙ୍କୁ ଚନ୍ଦକା ଗୋଡିବାରିଠାରେ ଏହି ତାଲିମ ଦିଆଯିବ l ୮ଟି ସର୍କଲରୁ ଜଣେ […]
ଭୁବନେଶ୍ୱର : ରାଜ୍ୟରେ ଅକ୍ଟୋବରରୁ ହେବ ବାଘ ଗଣନା l ଏଥିପାଇଁ ଆଜିଠୁ ବାଘ ଗଣନା ପାଇଁ ତାଲିମ ପ୍ରକ୍ରିୟା ଆରମ୍ଭ କରାଯିବ l
ତଥ୍ୟାନୁସାରେ, ରାଜ୍ୟ ବନ ବିଭାଗ ସ୍ୱତନ୍ତ୍ର ଭାବେ ନିଜସ୍ୱ ବାଘ ଗଣନା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି l ବିଭିନ୍ନ ପର୍ଯ୍ୟାୟରେ ଗଣନାକାରୀଙ୍କୁ ତାଲିମ ଦିଆଯିବା ପାଇଁ ଯୋଜନା କରାଯାଇଛି l ପ୍ରଥମେ ୨୦ ଜଣ ମାଷ୍ଟର ଟ୍ରେନରଙ୍କୁ ଚନ୍ଦକା ଗୋଡିବାରିଠାରେ ଏହି ତାଲିମ ଦିଆଯିବ l ୮ଟି ସର୍କଲରୁ ଜଣେ ଲେଖାଏଁ ଏସିଏଫଓ ଙ୍କୁ ତାଲିମ ଦିଆଯିବ lଏଥିପାଇଁ ବେଙ୍ଗାଳୁରୁ ୱାଇଲଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ବ୍ୟାଘ୍ର ବିଭାଗର ୨ଜଣ ବିଶେଷଜ୍ଞ ଓଡ଼ିଶା ଆସିଛନ୍ତି l ପ୍ରଥମେ ମାଷ୍ଟରଟ୍ରେନରଙ୍କୁ ତାଲିମ ଦିଆଯିବ l ପରେ କ୍ଷେତ୍ରସ୍ତରରେ ଏହି ଟ୍ରେନରମାନେ ଗଣନାରେ ସାମିଲ ହେବାକୁ ଥିବା କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯିବ l




