ସପ୍ତାହକୁ ଥରେ ପୁରୀରୁ ରାଜସ୍ଥାନକୁ ଗଡିବ ଟ୍ରେନ

ଭୁବନେଶ୍ୱର : ପର୍ଯ୍ୟଟନ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଓଡିଶା । ଏଣିକି ଶ୍ରୀକ୍ଷେତ୍ର ସହ ଯୋଡି ହେବ ପିଙ୍କ ସିଟି । ସପ୍ତାହକୁ ଥରେ ପୁରୀରୁ ରାଜସ୍ଥାନକୁ ଚାଲିବ ଟ୍ରେନ । ଦୁଇ ରାଜ୍ୟ ମଧ୍ୟରେ ବୃଦ୍ଧି ପାଇବ ସାଂସ୍କୃତିକ ଏବଂ ଅର୍ଥନୈତିକ ସ୍ଥିତି । ଏଭଳି ଏକ ଐତିହାସିକ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ଓଡିଶା ଓ ରାଜସ୍ଥାନ ମଧ୍ୟରେ ସାଂସ୍କୃତିକ ଓ ଅର୍ଥନୈତିକ ଅବିବୃଦ୍ଧି ପାଇଁ ପୁରୀ ଲାଲଗଡ ପୁରୀ ଏକ୍ସପ୍ରେସ […]

ସପ୍ତାହକୁ ଥରେ ପୁରୀରୁ ରାଜସ୍ଥାନକୁ ଗଡିବ ଟ୍ରେନ
Samaya Live Picture
Published On

ଭୁବନେଶ୍ୱର : ପର୍ଯ୍ୟଟନ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଓଡିଶା । ଏଣିକି ଶ୍ରୀକ୍ଷେତ୍ର ସହ ଯୋଡି ହେବ ପିଙ୍କ ସିଟି । ସପ୍ତାହକୁ ଥରେ ପୁରୀରୁ ରାଜସ୍ଥାନକୁ ଚାଲିବ ଟ୍ରେନ । ଦୁଇ ରାଜ୍ୟ ମଧ୍ୟରେ ବୃଦ୍ଧି ପାଇବ ସାଂସ୍କୃତିକ ଏବଂ ଅର୍ଥନୈତିକ ସ୍ଥିତି । ଏଭଳି ଏକ ଐତିହାସିକ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ । ଓଡିଶା ଓ ରାଜସ୍ଥାନ ମଧ୍ୟରେ ସାଂସ୍କୃତିକ ଓ ଅର୍ଥନୈତିକ ଅବିବୃଦ୍ଧି ପାଇଁ ପୁରୀ ଲାଲଗଡ ପୁରୀ ଏକ୍ସପ୍ରେସ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି। ଗତକାଲି ସମ୍ପ୍ରସାରିତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ।

ଟ୍ରେନ୍ ଶୁଭାରମ୍ଭ ଅବସରରେ ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି ଯେ ୧୬୨ କୋଟି ଟଙ୍କା ବ୍ୟୟରେ ପୁରୀ ବିଶ୍ୱସ୍ତରୀୟ ରେଳଷ୍ଟେସନର ନବୀକରଣ କରାଯିବ। ରାଜ୍ୟସଭା ସାଂସଦ ତଥା ରେଲୱେ ଷ୍ଟାଣ୍ଡିଂ କମିଟି ସଦସ୍ୟ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି ଶ୍ରୀମନ୍ଦିର ନିକଟରେ ରେଳବାଇ ତରଫରୁ ଏକ ଟିକେଟ୍ କାଉଣ୍ଟର୍ କରିବାକୁ ରେଳବିଭାଗକୁ ପ୍ରସ୍ତାବ ଦିଆଯାଇଛି ।

ଏହି ସାପ୍ତାହିକ ଟ୍ରେନଟି ପ୍ରତି ବୁଧବାର ସକାଳ ୬.୩୫ ରେ ପୁରୀ ରେଳଷ୍ଟେସନ ଛାଡି ତା ପର ଦିନ ରାତି ୮ .୩୫ ରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଷ୍ଟେସନରେ ପହଞ୍ଚିବ। ପୁରୀ ଏବଂ ଶ୍ରୀ ଗଙ୍ଗାନଗର ଷ୍ଟେସନ ମଧ୍ୟରେ ଏହି ଟ୍ରେନ୍ ମାତ୍ର ୯ ଟି ଷ୍ଟପେଜ୍ ରେ ରହିବ। ଦେଶ ଗଠନ ସହ ରେଳ ସଂଯୋଗୀକରଣ କ୍ଷେତ୍ରରେ ଏହି ଟ୍ରେନ୍ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ ।

Tags: