ଶପଥ ସମାରୋହ ପାଇଁ ଟ୍ରାଫିକ କଟକଣା

ଭୁବନେଶ୍ୱର : ଜୁନ୍‌ ୧୨ରେ ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ I ଭୁବନେଶ୍ୱରର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଓ ନବନିର୍ବାଚିତ ମନ୍ତ୍ରୀମଣ୍ଡଳଙ୍କ ଶପଥ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି ।ଏଥିଲାଗି ଟ୍ରାଫିକ କଟକଣାକୁ ବିଶେଷ ଗୁରୁତ୍ଵ ଦିଆଯାଇଛି। ୧୨ ତାରିଖ ଦିନ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ କିମ୍ବା ଶପଥ ସମାରୋହ ସରିବା ଯାଏଁ କଟକଣା ବଳବତ୍ତର […]

Samaya Live Picture
Published On

ଭୁବନେଶ୍ୱର : ଜୁନ୍‌ ୧୨ରେ ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ I ଭୁବନେଶ୍ୱରର ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ଓ ନବନିର୍ବାଚିତ ମନ୍ତ୍ରୀମଣ୍ଡଳଙ୍କ ଶପଥ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସୁଛନ୍ତି ।ଏଥିଲାଗି ଟ୍ରାଫିକ କଟକଣାକୁ ବିଶେଷ ଗୁରୁତ୍ଵ ଦିଆଯାଇଛି।

୧୨ ତାରିଖ ଦିନ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ କିମ୍ବା ଶପଥ ସମାରୋହ ସରିବା ଯାଏଁ କଟକଣା ବଳବତ୍ତର ରହିବ। ୨ଟାଠାରୁ ସନ୍ଧ୍ୟା ୭ଟା କିମ୍ବା ଶପଥ ସମାରୋହ ଶେଷ ହେବା ପର୍ଯ୍ୟନ୍ତ ଜୟଦେବ ବିହାର ଛକ ଠାରୁ ନାଲକୋ ଛକ ଏବଂ ନାଲକୋ ଛକଠାରୁ ଜୟଦେବ ବିହାର ଛକକୁ ସଂଯୋଗ କରୁଥିବା ଗଳି ରାସ୍ତା ଦେଇ କୌଣସି ପ୍ରକାରର ଯାନବାହାନ ଯାତାୟାତ କରିପାରିବେ ନାହିଁ ।

ସେହିପରି କଟକ ପଟୁ ଅସୁଥିବା ବସ ଗୁଡ଼ିକ ରସୁଲଗଡ଼ ରେଲୱେ ଓଭର ବ୍ରିଜଠାରୁ ସର୍ଭିସ ରୋଡ଼ରେ ଆସି ବାଣୀବିହାର ଛକ, ଆଚାର୍ଯ୍ୟ ବିହାର ଛକରେ ଡାହାଣ ମୋଡ଼ ନେଇ ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତା, ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ନାଲକୋ ଛକ,କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ ରେ ପାର୍କିଂ କରିପାରିବେ।

ଅନ୍ୟପଟେ ଖୋର୍ଦ୍ଧା ଆଡୁ ଆସୁଥିବା ବସ ଗୁଡ଼ିକ ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ ଅତିକ୍ରମ କଲାପରେ ସର୍ଭିସ ରୋଡ ଦେଇ ଆଚାର୍ଯ୍ୟ ବିହାର ଛକରେ ବାମ ମୋଡ଼ ନେଇ ଆପୋଲୋ ହସ୍ପିଟାଲ ସୈନିକ ସ୍କୁଲ ରାସ୍ତା ଓ.ଏସ.ଏ.ପି. ୭ମ ବି.ଏନ. ପଡ଼ିଆ ଗେଟ ପାଖରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ି ଗୁଡ଼ିକ ନାଲକୋ ଛକ, କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଲୱେ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନରେ ପାକିଂ କରିପାରିବେ।

ସେପଟେ ଶପଥ ସମାରୋହକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଏଥିରେ ମୋଟ୍ ୬୭ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ। ତମାମ କାର୍ଯ୍ୟକ୍ରମ ପାଇଁ ଜଣେ ଆଇଜି ଓ ଦୁଇ ଜଣ ଡିଆଇଜିଙ୍କୁ ଦାୟିତ୍ଵ ଦିଆଯାଇଛି। ଜନତା ମୈଦାନରେ ଆଇଜି ପ୍ରବୀଣ କୁମାର ସୁରକ୍ଷା ଦାୟିତ୍ଵ ତଦାରଖ କରିବେ। ଡିଆଇଜି ସାର୍ଥକ ଷଡଙ୍ଗୀ ଏୟାରପୋର୍ଟ ଏବଂ ଉମାଶଙ୍କର ଦାସ ଟ୍ରାଫିକ କଟକଣା କଥା ବୁଝିବେ। ୧୩ ଡିସିପି, ୧୮ଜଣ ଏଡିସିପି ରାଙ୍କ ଅଧିକାରୀ, ୫୮ ଏସିପି, ୯୪ ଇନ୍ସପେକ୍ଟର, ୩୧୨ଜଣ ଏସଆଇ ସୁରକ୍ଷା ଦାୟିତ୍ଵରେ ରହିବା ନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା।

Tags: