ଦଶାହ ଭୋଜିରୁ ଫେରିଲାବେଳେ ଟ୍ରାକ୍ଟର ଦୁର୍ଘଟଣା,୩ ମୃତ ୧୦ ଆହତ
ମାଲକାନଗିରି : ଓଡିଶାର ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାୟ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୭ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି I ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି I ଖବର ଅନୁଯାୟୀ, ଗତକାଲି ରାତିରେ ଚିତ୍ରକୋଣ୍ଡା ଥାନାସ୍ଥ ପଡପଦର ଗାଁର ପ୍ରାୟ ୧୫ଜଣ ଲୋକ ଏକ ଦଶାହରେ ଯୋଗ ଦେବାରୁ ଟ୍ରାକ୍ଟର ଯୋଗେ ଗାଜଲମାମୁଡି ପଞ୍ଚାୟତ ତଣ୍ଟାଗୁଡ଼ା […]
ମାଲକାନଗିରି : ଓଡିଶାର ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାୟ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୭ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି I ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି I
ଖବର ଅନୁଯାୟୀ, ଗତକାଲି ରାତିରେ ଚିତ୍ରକୋଣ୍ଡା ଥାନାସ୍ଥ ପଡପଦର ଗାଁର ପ୍ରାୟ ୧୫ଜଣ ଲୋକ ଏକ ଦଶାହରେ ଯୋଗ ଦେବାରୁ ଟ୍ରାକ୍ଟର ଯୋଗେ ଗାଜଲମାମୁଡି ପଞ୍ଚାୟତ ତଣ୍ଟାଗୁଡ଼ା ଗାଁକୁ ଯାଇଥିଲେ। ଭୋଜିରେ ଯୋଗ ଦେଇ ଘରକୁ ଫେରିଲାବେଳେ ବଡପୁଟ ଘାଟିରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ I ସ୍ଥାନୀୟଲୋକେ ଓ ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଜାନବାଇ ମେଡିକାଲରେ ଭର୍ତ୍ତି କରିଥିଲେ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ଶବଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି।




