ବାତ୍ୟା ହାଇଆଲର୍ଟ ସତ୍ୱେ ସମୁଦ୍ର ସ୍ନାନରେ ମସଗୁଲ ପର୍ଯ୍ୟଟକ

ଭୁବନେଶ୍ବର: ପ୍ରବଳ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଦାନା। ଆଶଙ୍କାରେ ଉପକୂଳ ବାସୀ। ସାମୁଦ୍ରିକ ବାତ୍ୟା ଦାନାକୁ ସାମନା କରିବାକୁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଏନ୍‌ଡିଆରଏଫ୍‌, ଓଡ୍ରାଫ୍ ଅଗ୍ନିଶମ ବାହିନୀ ସମେତ ସମସ୍ତ ପ୍ରଶାସନ ତତ୍ପର ହୋଇ ଉଠିଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ସଂକଳ୍ପ କିପରି ବିନା ଜୀବନ ହାନୀରେ ସାମୁଦ୍ରିକ ବାତ୍ୟାକୁ ସାମନା କରିବା। ଏପରି ଏକ ଘଡ଼ିସନ୍ଧି ମୁହୂର୍ତରେ ପୁରୀ ଭଳି ଏକ […]

Samaya Live Picture
Published On

ଭୁବନେଶ୍ବର: ପ୍ରବଳ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଦାନା। ଆଶଙ୍କାରେ ଉପକୂଳ ବାସୀ। ସାମୁଦ୍ରିକ ବାତ୍ୟା ଦାନାକୁ ସାମନା କରିବାକୁ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଏନ୍‌ଡିଆରଏଫ୍‌, ଓଡ୍ରାଫ୍ ଅଗ୍ନିଶମ ବାହିନୀ ସମେତ ସମସ୍ତ ପ୍ରଶାସନ ତତ୍ପର ହୋଇ ଉଠିଛନ୍ତି। ସମସ୍ତଙ୍କ ମନରେ ଗୋଟିଏ ସଂକଳ୍ପ କିପରି ବିନା ଜୀବନ ହାନୀରେ ସାମୁଦ୍ରିକ ବାତ୍ୟାକୁ ସାମନା କରିବା। ଏପରି ଏକ ଘଡ଼ିସନ୍ଧି ମୁହୂର୍ତରେ ପୁରୀ ଭଳି ଏକ ସମ୍ବେଦନଶୀଳ ପର୍ଯ୍ୟଟନ କ୍ଷେତ୍ରରେ ସର୍ବାଧିକ ଦଶ ନମ୍ବର ବିପଦ ସଙ୍କେତ ଜାରି କରାଯାଇଥିବା ସତ୍ୱେ ଆଜି ସମୁଦ୍ରରେ ଶହ ଶହ ପର୍ଯ୍ୟଟକ ସ୍ନାନ କରୁଥିବାର ଦେଖିବାକୁ ମିଳିଥିଲା। ପର୍ଯ୍ୟଟକ ମାନଙ୍କୁ ବାରଣ କରିବାକୁ ସମୁଦ୍ର କୂଳରେ କୌଣସି ପୋଲିସ ପ୍ରଶାସନର ଦେଖା ନଥିଲା। କେବଳ କେତେଜଣ ଲାଇଫ୍ ଗାର୍ଡ ହାତରେ ମାଇକ୍ ଧରି ସାଇରନ ବଜାଇ ଲୋକ ମାନଙ୍କୁ ପାଣି ଭିତରକୁ ଯିବାକୁ ବାରଣ କରୁଥିଲେ। ହେଲେ ସେମାନଙ୍କ କଥା କେହି ମାନୁ ନଥିଲେ। ସମୁଦ୍ର କୂଳରେ ନାଲି ପତାକା ଲଗା ହୋଇଛି। ଆମେ ଲୋକଙ୍କୁ ମନା କଲେ ବି ସେମାନେ ଆମ କଥା ନମାନି ସମୁଦ୍ରରେ ଗାଧୋଉଛନ୍ତି। ଆମେ ଉପର ଅଫିସରଙ୍କୁ ଡାକିଛୁ ସେ ଆସିଲେ ବୁଝିବେ ବୋଲି କହି ଜଣେ ଲାଇଫ୍ ଗାର୍ପ ନିଜର ଅସହାୟତା ପ୍ରକାଶ କରିଥିଲେ। ଦେଖିଲେ ଲାଗୁଥିଲା ଯେମିତି ସମୁଦ୍ର କୂଳରେ କେବଳ ନାଲି ପତାକା ପୋତି ଦେଇ ମାଛ ଧରାଳି ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ବାରଣ କରି ବେଧଡକରେ ବସି ପଡ଼ିଛନ୍ତି ପୁରୀ ପୋଲିସ ପ୍ରଶାସନ। ପ୍ରକାଶ ଥାଉକି, ହୋଟେଲ ମାନଙ୍କରୁ ପର୍ଯ୍ୟଟକଙ୍କୁ ଖାଲି କରିବାକୁ କଡ଼ା ନିର୍ଦ୍ଦେଶ ଥିଲେ ମଧ୍ୟ ହାତ ଗଣତି କେତେଟା ହୋଟେଲକୁ ଛାଡ଼ି ଦେଲେ ପ୍ରାୟ ସମସ୍ତ ହୋଟେଲ ଗୁଡ଼ିକରେ ପର୍ଯ୍ୟଟକ ଥିବା ଦେଖିବାକୁ ମିଳୁଛି। ପରିବା ଦରରେ ଲଗାମ ଲାଗୁନାହିଁ। ଖାଲି କ୍ୟାମେରା ଆଗରେ ଲୋକ ଦେଖାଣିଆ କେତେଟା ହୋଟେଲ, ପରିବା ଦୋକାନ ଆଦିରେ ଚଢ଼ଉ କରିଦେଇ ପ୍ରଶାସନ ନିଜର ଦାୟିତ୍ୱ ସମ୍ପାଦନ କରି ଦେଇଥିବାର ସାଧାରଣରେ ଚର୍ଚ୍ଚା ହେଉଛି।

Tags: