ସୁଇମିଂ ପୁଲରେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ
ଢେଙ୍କାନାଳ : ସୁଇମିଂ ପୁଲରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ସଦର ଥାନା ଧୀରପାଟଣା ନିକଟ ସତ୍ୟନାରାୟଣ ଇକୋ ରିସର୍ଟ ସୁଇମିଂ ପୁଲ୍ ରେ ଅଘଟଣ । ମୃତକ ହେଲେ ଉତ୍ତରାଖଣ୍ଡର ୨୩ ବର୍ଷୀୟ ତେଜସ୍ଵ ଆହୁଜା । ଅଗ୍ନିଶମ ବିଭାଗ ସୁଇମିଂ ପୋଲରୁ ତାଙ୍କୁ ଉଦ୍ଧାର କରି ଆଠଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ । ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ସୂଚନାନୁସାରେ, ଶୁକ୍ରବାର ଉତ୍ତରାଖଣ୍ଡରୁ ୫ ଜଣ ପର୍ଯ୍ୟଟକ […]
ଢେଙ୍କାନାଳ : ସୁଇମିଂ ପୁଲରୁ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ସଦର ଥାନା ଧୀରପାଟଣା ନିକଟ ସତ୍ୟନାରାୟଣ ଇକୋ ରିସର୍ଟ ସୁଇମିଂ ପୁଲ୍ ରେ ଅଘଟଣ । ମୃତକ ହେଲେ ଉତ୍ତରାଖଣ୍ଡର ୨୩ ବର୍ଷୀୟ ତେଜସ୍ଵ ଆହୁଜା । ଅଗ୍ନିଶମ ବିଭାଗ ସୁଇମିଂ ପୋଲରୁ ତାଙ୍କୁ ଉଦ୍ଧାର କରି ଆଠଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ । ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ସୂଚନାନୁସାରେ, ଶୁକ୍ରବାର ଉତ୍ତରାଖଣ୍ଡରୁ ୫ ଜଣ ପର୍ଯ୍ୟଟକ ସତ୍ୟ ନାରାୟଣ ଇକୋ ରିସର୍ଟରେ ରହିଥିଲେ । ମାତ୍ର ଶନିବାର ଭୋର ୫ରେ ତେଜସ୍ଵ ଆହୁଜାଙ୍କ ମୃତଦେହ ସତ୍ୟନାରାୟଣ ଇକୋ ରିସର୍ଟ ସୁଇମିଂ ପୁଲ୍ରୁ ଉଦ୍ଧାର କରିଛି । ମୃତ୍ୟୁ ର କାରଣ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।




