ଆସନ୍ତା କାଲି ମାଟ୍ରିକ ପରୀକ୍ଷା ଫଳ
ଭୁବନେଶ୍ୱର : ଉତ୍କଣ୍ଠାରେ ଦଶମ ବୋର୍ଡ ପରୀକ୍ଷାର୍ଥୀ I ଆସନ୍ତା କାଲି ୧୮-୦୫ ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳ ୧୦ଟା ସମୟରେ କଟକ ସ୍ଥିତ ବୋର୍ଡ ଅଫିସ୍ରେ ପ୍ରକାଶ ପାଇବ ପରୀକ୍ଷାଫଳ । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ସେହିପରି SMS ମାଧ୍ୟମରେ ମଧ୍ୟ ପରୀକ୍ଷା ଫଳ ଜାଣିବାର ବ୍ୟବସ୍ଥା କରାଯାଇଛି। OR10 ଲେଖି ସ୍ପେଶ ଦେବାପରେ ନିଜ ରୋଲ୍ ନମ୍ବରକୁ ଟାଇପ […]
ଭୁବନେଶ୍ୱର : ଉତ୍କଣ୍ଠାରେ ଦଶମ ବୋର୍ଡ ପରୀକ୍ଷାର୍ଥୀ I ଆସନ୍ତା କାଲି ୧୮-୦୫ ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳ ୧୦ଟା ସମୟରେ କଟକ ସ୍ଥିତ ବୋର୍ଡ ଅଫିସ୍ରେ ପ୍ରକାଶ ପାଇବ ପରୀକ୍ଷାଫଳ । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।
ସେହିପରି SMS ମାଧ୍ୟମରେ ମଧ୍ୟ ପରୀକ୍ଷା ଫଳ ଜାଣିବାର ବ୍ୟବସ୍ଥା କରାଯାଇଛି। OR10 ଲେଖି ସ୍ପେଶ ଦେବାପରେ ନିଜ ରୋଲ୍ ନମ୍ବରକୁ ଟାଇପ କରି 5676750 ନମ୍ବରକୁ ପଠାଇ ଫଳ ଜାଣିପାରିବେ। ପରୀକ୍ଷା ଫଳକୁ ନେଇ ଯଦି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ । ତେବେ ଗୋଟିଏ ମାସ ମଧ୍ୟରେ ସେମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ। ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି। ନମ୍ବରଟି ହେଲା ୦୬୭୧-୨୪୧୫୪୬୦ ।
ଏଥର ୫ ଲକ୍ଷ ୪୧ ହଜାର ୨୪୭ ପିଲା ୩ ହଜାର ୨୧୮ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ପରୀକ୍ଷା ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖ ଯାଏଁ ଚାଲିଥିଲା। ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା। ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା ଖାତା ଦେଖାରେ ନିୟୋଜିତ ହୋଇଥିଲେ।




