ଆସନ୍ତା କାଲି ଅନ୍ତିମ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର : ଆସନ୍ତାକାଲି ଦେଶ ତଥା ରାଜ୍ୟରେ ହେବ ଅନ୍ତିମ ପର୍ଯ୍ୟାୟ ମତଦାନ I ୮ଟି ରାଜ୍ୟର ୫୭ଟି ଲୋକସଭା ଆସନରେ ମତଦାନ ହେବ । ସେହିପରି ରାଜ୍ୟରେ ୬ ଲୋକସଭା କ୍ଷେତ୍ର ଓ ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ଗୁରୁବାର ନିର୍ବାଚନ ପ୍ରଚାରର ଶେଷ ଦିନ ଥିଲା I ଏଥିପାଇଁ ଗତକାଲି ରାଜ୍ୟରେ ବହୁ ହେଭିୱେଟ ପ୍ରାଣମୂର୍ଚ୍ଛା ପ୍ରଚାର କରିଥିଲେ I ଆଜି ସକାଳୁ ସକାଳୁ ବୁଥ ମୁହାଁ […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତାକାଲି ଦେଶ ତଥା ରାଜ୍ୟରେ ହେବ ଅନ୍ତିମ ପର୍ଯ୍ୟାୟ ମତଦାନ I ୮ଟି ରାଜ୍ୟର ୫୭ଟି ଲୋକସଭା ଆସନରେ ମତଦାନ ହେବ । ସେହିପରି ରାଜ୍ୟରେ ୬ ଲୋକସଭା କ୍ଷେତ୍ର ଓ ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ଗୁରୁବାର ନିର୍ବାଚନ ପ୍ରଚାରର ଶେଷ ଦିନ ଥିଲା I ଏଥିପାଇଁ ଗତକାଲି ରାଜ୍ୟରେ ବହୁ ହେଭିୱେଟ ପ୍ରାଣମୂର୍ଚ୍ଛା ପ୍ରଚାର କରିଥିଲେ I

ଆଜି ସକାଳୁ ସକାଳୁ ବୁଥ ମୁହାଁ ପୋଲିଂ ପାର୍ଟି ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଆସନ୍ତାକାଲି ଭୋଟିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଲୋକସଭା ଆସନ ସମେତ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ୯୯ଲକ୍ଷ ୬୧ହଜାର ମତଦାତା ନିଜ ମନପସନ୍ଦର ନେତା ବାଛିବେ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ,୧୦ ହଜାର ୮୮୨ଟି ମତଦାନ କେନ୍ଦ୍ର ରହିଛି । ୧୪ଶହ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ଏଥିପାଇଁ ନିୟୋଜିତ ହେବେ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ।ଏହା’ସହ ଭୋଟିଂବେଳେ ମୁତୟନ ରହିବେ ୧୨୫ କମ୍ପାନୀ CAP। ସବୁଥର ଭଳି ଏଥର ବି PWD ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି। ଏହି ଶେଷ ପର୍ଯ୍ୟାୟରେ ରାଜ୍ୟରେ ୯୯ ଲକ୍ଷ ୬୧ ହଜାର ଭୋଟର୍‌ ମତଦାନ କରିବେ । ସେମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ପୁରୁଷ ଭୋଟର ରହିଥିବା ବେଳେ ୪୮ ଲକ୍ଷ ୭୨ ହଜାର ମହିଳା ଭୋଟର । ସେହିପରି ୬ ହଜାର ୮୭ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି । ସେହିପରି ୬ ହଜାର ୮୭ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି ।

Tags: