ଆଜି ସରିବ ପ୍ରଚାର,ବୁଥ ଅଭିମୁଖେ ପୋଲିଂ ପାର୍ଟି

ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ମେ’ ୧୩ ଅନୁଷ୍ଠିତ ହେବ। ମତଦାନ ପାଇଁ ଆଜି ପ୍ରଚାର ସରିବ । ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକ ସଭା ଆସନ ସହିତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଚଳିତ ନିର୍ବାଚନ ଦକ୍ଷିଣ ଓଡ଼ିଶା ଫୋକସରେ ରହିଛି । ଉଭୟ ଭାଜପା ଓ ବିଜେଡିର ଷ୍ଟାର ପ୍ରଚାରକ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ମେ’ ୧୩ ଅନୁଷ୍ଠିତ ହେବ। ମତଦାନ ପାଇଁ ଆଜି ପ୍ରଚାର ସରିବ । ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକ ସଭା ଆସନ ସହିତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ଚଳିତ ନିର୍ବାଚନ ଦକ୍ଷିଣ ଓଡ଼ିଶା ଫୋକସରେ ରହିଛି । ଉଭୟ ଭାଜପା ଓ ବିଜେଡିର ଷ୍ଟାର ପ୍ରଚାରକ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଓ ଏହା ଅଧିନ ସମସ୍ତ ୨୮ ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେବ I ଭୋଟିଂ ପାଇଁ ବୁଥ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି । ନୂଆପଡାରେ , ସାଧାରଣ ନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ପୋଲିଂ ପାର୍ଟି ମାନେ ଏବେ ଇଭିଏମ୍ ଧରି ବୁଥ ଅଭିମୁଖେ ବାହାରିଛନ୍ତି । ଜିଲ୍ଲାର ୬୦୪ ଗୋଟି ବୁଥ ପାଇଁ ସମସ୍ତ ବ୍ୟବସ୍ଥା କରିବା ସହ ସମ୍ବେଦନଶୀଳ ବୁଥ ମାନଙ୍କରେ ନିର୍ବାଚନ ତୁଲାଇବା ପାଇଁ ସ୍ବତନ୍ତ୍ର ନଜର ଦିଆଯାଇଛି ।

ସେହିପରି ମହିଳା ମାନଙ୍କ ପାଇଁ ସଖୀ ବୁଥ କରାଯାଇଥିବା କହିଛନ୍ତି ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସୟ । ଆସନ୍ତା ୧୩ ତାରିଖରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ନୂଆପଡ଼ା ଜିଲ୍ଲାର ଦୁଇ ଗୋଟି ନିର୍ବାଚନ ମଣ୍ଡଳୀ ଖଡ଼ିଆଳ ଏବଂ ନୂଆପଡ଼ା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି । ମାଓ ପ୍ରବଣ ଅଞ୍ଚଳ ପାଇଁ ହେଲିକପ୍ଟର ଯୋଗେ ପୋଲିଂ ପାର୍ଟି ଯିବା ପାଇଁ ବ୍ୟବସ୍ଥା ହୋଇଛି ।

Tags: