ଆଜି ବଡ଼ ଓଷା,ଧବଳେଶ୍ୱରଙ୍କ ପୀଠରେ ପ୍ରବଳ ଭିଡ଼
ଆଠଗଡ଼ : ଆଜି ହେଉଛି ବଡ଼ଓଷା । ଧବଳେଶ୍ଵରଙ୍କ ପୀଠରେ ଲାଗି ରହିଛି ପ୍ରବଳ ଭିଡ଼ । ପବିତ୍ର କାର୍ତ୍ତିକ ମାସ ବଡ଼ଓଷାରେ ବଡ଼ସିଂହାର ବେଶରେ ଦର୍ଶନ ଦେଇଥାନ୍ତି ବାବା ଧବଳେଶ୍ୱର । ରାତି ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ନୀତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ପାଇଁ ଦ୍ଵାରଫିଟା ଯାଇଥିଲା। ଏଥିପାଇଁ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ଵରଙ୍କ ପୀଠ ଆଜି ଲୋକାରଣ୍ୟ । ପୀଠରେ ଶୃଙ୍ଖଳିତ ଦର୍ଶନ କରୁଛନ୍ତି ହଜାର ହଜାର […]
ଆଠଗଡ଼ : ଆଜି ହେଉଛି ବଡ଼ଓଷା । ଧବଳେଶ୍ଵରଙ୍କ ପୀଠରେ ଲାଗି ରହିଛି ପ୍ରବଳ ଭିଡ଼ । ପବିତ୍ର କାର୍ତ୍ତିକ ମାସ ବଡ଼ଓଷାରେ ବଡ଼ସିଂହାର ବେଶରେ ଦର୍ଶନ ଦେଇଥାନ୍ତି ବାବା ଧବଳେଶ୍ୱର । ରାତି ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ନୀତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ପାଇଁ ଦ୍ଵାରଫିଟା ଯାଇଥିଲା। ଏଥିପାଇଁ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ଵରଙ୍କ ପୀଠ ଆଜି ଲୋକାରଣ୍ୟ ।
ପୀଠରେ ଶୃଙ୍ଖଳିତ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧିକ୍ଷଣରେ ଲାଗି ହେବ ବାବା ଧବଳେଶ୍ବରଙ୍କର ଅତିପ୍ରିୟ ଭୋଗ ଗଜଭୋଗ ଓ ତରଣ। ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଅନ୍ୟପଟେ ଆଜି କାର୍ତିକମାସ ପଞ୍ଚୁକ ୨ୟ ଦିନରେ ପୁରୀରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି ଇ ବାଙ୍କଚୂଳ ବେଶରେ ଦର୍ଶନ ଦେଉଛନ୍ତି ମହାବାହୁ ଶ୍ରୀଜଗନ୍ନାଥ । ହରିବୋଲ ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଛି ପୁରୀ ବଡଦାଣ୍ଡ। କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ। ପଞ୍ଚୁକ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ପୁରୀରେ ହେଉଛି।




