ଆଜି ଦୟଣା ଚୋରି ନୀତି ପାଇଁ ୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ପୁରୀ: ଗୁରୁବାର ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ନୀତିକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ। ଦୟଣା ଚୋରି କରିବେ ମହାପ୍ରଭୁ। ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସରିବା ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମ-କୃଷ୍ଣ ଜଗନ୍ନାଥ ବଲ୍ଲଭ ମଠ ପରିସରକୁ ବିଜେ କରିବେ। ଅନ୍ୟପକ୍ଷରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୟଣା ଚୋରି ଓ ଦମନକ ଚତୁର୍ଦ୍ଦଶୀ ନୀତି ସମ୍ପାଦନକୁ ଦୃଷ୍ଟିରେ […]

ଆଜି ଦୟଣା ଚୋରି ନୀତି ପାଇଁ ୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
Samaya Live Picture
Published On

ପୁରୀ: ଗୁରୁବାର ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ନୀତିକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ। ଦୟଣା ଚୋରି କରିବେ ମହାପ୍ରଭୁ। ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣୀ ଘର ଭୋଗ ସରିବା ପରେ ଏହି ନୀତି ଆରମ୍ଭ ହେବ। ଏଥିପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମ-କୃଷ୍ଣ ଜଗନ୍ନାଥ ବଲ୍ଲଭ ମଠ ପରିସରକୁ ବିଜେ କରିବେ। ଅନ୍ୟପକ୍ଷରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୟଣା ଚୋରି ଓ ଦମନକ ଚତୁର୍ଦ୍ଦଶୀ ନୀତି ସମ୍ପାଦନକୁ ଦୃଷ୍ଟିରେ ରଖି ଗୁରୁବାର ଓ ଶୁକ୍ରବାର ଦୁଇଦିନ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ। ଏହାପରେ ପୁନଶ୍ଚ ରତ୍ନଭଣ୍ଡାର କାମ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Tags: