ଆଜି ପୁଣି ଥରେ ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ହୋଇଛି କ୍ୟାମ୍ପେନ୍। ଆଜି ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତରେ ଆସି ଦିନ ୧ ବେଳେ ପ୍ରଥମେ ବାରିପଦା ଛଉ ପଡିଆରେ ବିଶାଳ ଜନ ସଭାରେ ଉଦବୋଧନ ଦେବେ । ଏଥିସହ ବାଲେଶ୍ବରର ରେମୁଣା ଏବଂ ପରେ ଅପରାହ୍ଣ ସାଢ଼େ ୩ଟାରେ କେନ୍ଦ୍ରାପଡାର ବାରୁଅ ପଡିଆରେ ଜନସଭା କରିବେ ପ୍ରଧାନମନ୍ତ୍ରୀ । ଶେ​‌ଷରେ ଅପରାହ୍ନ ୪ଟା ୩୦ରେ […]

Samaya Live Picture
Published On

ଭୁବନେଶ୍ଵର: ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ହୋଇଛି କ୍ୟାମ୍ପେନ୍। ଆଜି ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତରେ ଆସି ଦିନ ୧ ବେଳେ ପ୍ରଥମେ ବାରିପଦା ଛଉ ପଡିଆରେ ବିଶାଳ ଜନ ସଭାରେ ଉଦବୋଧନ ଦେବେ । ଏଥିସହ ବାଲେଶ୍ବରର ରେମୁଣା ଏବଂ ପରେ ଅପରାହ୍ଣ ସାଢ଼େ ୩ଟାରେ କେନ୍ଦ୍ରାପଡାର ବାରୁଅ ପଡିଆରେ ଜନସଭା କରିବେ ପ୍ରଧାନମନ୍ତ୍ରୀ ।

ଶେ​‌ଷରେ ଅପରାହ୍ନ ୪ଟା ୩୦ରେ କେନ୍ଦ୍ରାପଡାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ। ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୩ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Tags: