ଆଜି ଦେଶ ପାଳୁଛି ପରାକ୍ରମ ଦିବସ, ଦୁଇ ବରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ
ଭୁବନେଶ୍ୱର : ଆଜି ଦେଶ ପାଳୁଛି ପରାକ୍ରମ ଦିବସ । ଆଜିର ପୁଣ୍ୟ ତିଥିରେ ଓଡ଼ିଆ ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ। ଏହି ଦୁଇ ଯୋଦ୍ଧା ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ଭାରତର ସ୍ୱାଧୀନତା ଆଣିବାରେ ସାହାଯ୍ୟ କରିଥିଲେ । ଏହି ଦୁଇ ବୀରପୁତ୍ରଙ୍କ ମହାନ କାର୍ଯ୍ୟ ଏବଂ ନେତୃତ୍ୱ ଆଜି ସେମାନଙ୍କୁ ଅମର ରଖିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି ୧୨୮ତମ ଜନ୍ମ ଜୟନ୍ତୀ […]
ଭୁବନେଶ୍ୱର : ଆଜି ଦେଶ ପାଳୁଛି ପରାକ୍ରମ ଦିବସ । ଆଜିର ପୁଣ୍ୟ ତିଥିରେ ଓଡ଼ିଆ ବୀରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ। ଏହି ଦୁଇ ଯୋଦ୍ଧା ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ଭାରତର ସ୍ୱାଧୀନତା ଆଣିବାରେ ସାହାଯ୍ୟ କରିଥିଲେ । ଏହି ଦୁଇ ବୀରପୁତ୍ରଙ୍କ ମହାନ କାର୍ଯ୍ୟ ଏବଂ ନେତୃତ୍ୱ ଆଜି ସେମାନଙ୍କୁ ଅମର ରଖିଛି।
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି ୧୨୮ତମ ଜନ୍ମ ଜୟନ୍ତୀ । ନେତାଜୀଙ୍କ ଜନ୍ମ ଦିବସକୁ ସ୍ୱତନ୍ତ୍ର କରିବା ପାଇଁ ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨୩ କୁ ପରାକ୍ରମ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ। ଏଥିପାଇଁ ଆଜି ଜାତୀୟ ସ୍ତରରେ ପାଳିତ ହେଉଛି ପରାକ୍ରମ ଦିବସ । କଟକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଭଳିକି ଭଳି ଫୁଲରେ ପୁରି ଉଠିଛି ସଂଗ୍ରହାଳୟର ଉଦ୍ୟାନ । ସମସ୍ତ ୧୨ ଟି ଗ୍ୟାଲେରୀ, ନେତାଜୀଙ୍କ ପ୍ରତିମୂର୍ତ୍ତି, ମୁଖ୍ଯ ଫାଟକ ଓ ଘୋଡାଶାଳ ସବୁକିଛି ସୁସଜ୍ଜିତ ହୋଇ ରହିଛି । ସେପଟେ ନେତାଜୀଙ୍କ ପେଣ୍ଟିଂ ପ୍ରଦର୍ଶନୀ ସହ ସତ୍ୟବ୍ରତ ଷ୍ଟାଡିୟମରେ ନେତାଜୀଙ୍କ ବାଲୁକା କଳା ଓ ହୋଡିଂ ସବୁ ଲଗାଯାଇଛି ।
୧୮୯୭ ଜାନୁଆରୀ ୨୩ରେ କଟକରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁଭାଷ ବୋଷ । ତାଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଓ ମା’ଙ୍କ ନାମ ପ୍ରଭାବତୀ ଦତ୍ତ । ବାପରିଷ୍ଟ ପ୍ରୋଟେଷ୍ଟାଣ୍ଟ ୟୁରୋପିଆନ୍ ସ୍କୁଲରୁ ପ୍ରାଥମିକ ଶିକ୍ଷା ହାସଲ କରିଥିଲେ । ରେଭେନ୍ସା କଲିଜିଏଟରୁ ସ୍କୁଲ ଶିକ୍ଷା ପରେ କୋଲକାତାର ପ୍ରେସିଡେନସି କଲେଜରୁ ଉଚ୍ଚଶିକ୍ଷା ହାସଲ କରିଥିଲେ । ଉଚ୍ଚଶିକ୍ଷା ପରେ ସେ ୧୯୧୯ରେ ଭାରତୀୟ ସିଭିଲ ସର୍ଭିକ ପରୀକ୍ଷାରେ କୃତିତ୍ବ ହାସଲ କରିଥିଲେ । କିନ୍ତୁ ଦେଶପ୍ରେମ ତାଙ୍କୁ ଉଦବୁଧ କରିଥିଲା । ଦେଶମାତୃକାର ସେବା କରିବାକୁ ସଂକଳ୍ପ ନେଇଥିଲେ । ତେଣୁ ସେ ଆଇ.ସି.ଏସରୁ ଇସ୍ତଫା ଦେଇଥିଲେ । ୧୯୨୧ରେ ‘ସ୍ବରାଜ’ ନାମକ ଏକ ସମ୍ବାଦପତ୍ର ପ୍ରକାଶନ ଆରମ୍ଭ କରିଥିଲେ । ଯାହାର ଉଦ୍ଦେଶ୍ୟ ଥିଲା ଲୋକଙ୍କ ମନରେ ଦେଶପ୍ରେମ ଆଣିବା । ଓଡିଶା ମାଟିରେ ଜନ୍ମ ଶିକ୍ଷାଲାଭ କରି ଜର୍ମାନ, ଜାପାନ ଭଳି ଦେଶକୁ ଯାଇ ଗୋରା ସରକାର ବିରୋଧରେ ରଣହୁଙ୍ଗାର ଦେଇଥିଲେ ନେତାଜୀ । ଆଜି ତାଙ୍କର ୧୨୮ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଦେଶ ପାଳନ କରୁଛି ପରାକ୍ରମ ଦିବସ । ତାଙ୍କର ମୃତ୍ୟୁ କେବେ ହୋଇଥିଲା ଆଜି ବି ତାହା ଅସ୍ପଷ୍ଟ ରହିଛି।
ବୀର ସୁରେନ୍ଦ୍ର ସାଏ: ଆଜି ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତି। ଜୟନ୍ତି ଅବସରରେ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସେ ୨୩ ଜାନୁଆରୀ ୧୮୦୯ ମସିହାରେ ସମ୍ବଲପୁରର ବରଗଁରେ ଜନ୍ମ ଗ୍ରହଣ କରିଥିଲେ। ଭାରତରେ ସେ ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ। ଇଂରେଜ ମାନଙ୍କ ବିରୋଧରେ ଆନ୍ଦୋଳନ କରି ସେ ନିଜ ଜୀବନର ମୋଟ ୭୫ ବର୍ଷ ମଧ୍ୟରୁ ୩୬ ବର୍ହକାଳ କାରାଗାରରେ କାଟିଥିଲେ। ୧୮୮୪ ଫେବୃଆରୀ ୨୮ ତାରିଖରେ ତାଙ୍କର ମଧ୍ୟପ୍ରଦେଶର ଅସୁରଗଡ ଦୁର୍ଗରେ ପରଲୋକ ଘଟିଥିଲା।




