ଆଜି ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ହିଞ୍ଜିଳି ଆସନରୁ ଆଜି ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଗାତାର ୬ଷ୍ଠ ଥର ପାଇଁ ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଆଜି ସେ ଛତ୍ରପୁର ଉପ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ କରିବେ । ନାମାଙ୍କନ ଭରିବା ପାଇଁ ୧୦ ଟା ୨୦ ରେ ଭୁବନେଶ୍ୱର ଏୟାରପୋର୍ଟରୁ ହିଞ୍ଜିଳି ଅଭିମୁଖେ ଯାତ୍ରା କରିବେ I ଏହାପରେ ୧୧.୧୫ରେ […]
ଭୁବନେଶ୍ୱର : ହିଞ୍ଜିଳି ଆସନରୁ ଆଜି ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲଗାତାର ୬ଷ୍ଠ ଥର ପାଇଁ ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଆଜି ସେ ଛତ୍ରପୁର ଉପ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ କରିବେ ।
ନାମାଙ୍କନ ଭରିବା ପାଇଁ ୧୦ ଟା ୨୦ ରେ ଭୁବନେଶ୍ୱର ଏୟାରପୋର୍ଟରୁ ହିଞ୍ଜିଳି ଅଭିମୁଖେ ଯାତ୍ରା କରିବେ I ଏହାପରେ ୧୧.୧୫ରେ ମା’ ତାରାତାରିଣୀ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିବେ I ମା’ଙ୍କ ଆଶୀର୍ବାଦ ପାଇବା ପରେ ୧୨ ଟା ୩୫ ରେ ଉପଜିଲ୍ଲାପାଳଙ୍କ ଅଫିସ ଯାଇ ନୋମିନେସନ ଫାଇଲ କରିବେ I ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଫିଭ ଟି ଅଧ୍ୟକ୍ଷଙ୍କ ସମେତ ଅନ୍ୟ ବିଶିଷ୍ଟ ନେତା ମାନେ ରହିବେ I
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେପଟେ ଗତକାଲି ମଧ୍ୟ କେତେକ ହେଭିୱେଟ ନେତା ନାମାଙ୍କନ ଦାଖଲ କରିଛନ୍ତି । ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନାମାଙ୍କନ ଦାଖଲ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି ସମର୍ଥକ I




