ଆଜି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆଉ ୩ ଜିଲ୍ଲାକୁ ସାମିଲ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସାମିଲ ହେଲେ ଆଉ ୩ ଜିଲ୍ଲା I ରାଜ୍ୟ ସରକାରଙ୍କ ଗ୍ରାମାଭିମୁଖୀ ମହତ୍ତ୍ଵାକାଂକ୍ଷୀ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆଜି ଏହି ୩ଟି ଜିଲ୍ଲାକୁ ସାମିଲ କରାଯାଇଛି । ଏହି ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ,ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲା ରହିଛନ୍ତି I ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତିନିଟି ଜିଲ୍ଲାରେ ଆଭାସୀ ଜରିଆରେ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥିପାଇଁ ସୁନ୍ଦରଗଡ ଜିଲ୍ଲାରେ […]

Samaya Live Picture
Published On

ଭୁବନେଶ୍ୱର : ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ସାମିଲ ହେଲେ ଆଉ ୩ ଜିଲ୍ଲା I ରାଜ୍ୟ ସରକାରଙ୍କ ଗ୍ରାମାଭିମୁଖୀ ମହତ୍ତ୍ଵାକାଂକ୍ଷୀ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଆଜି ଏହି ୩ଟି ଜିଲ୍ଲାକୁ ସାମିଲ କରାଯାଇଛି । ଏହି ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ,ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲା ରହିଛନ୍ତି I ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତିନିଟି ଜିଲ୍ଲାରେ ଆଭାସୀ ଜରିଆରେ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥିପାଇଁ ସୁନ୍ଦରଗଡ ଜିଲ୍ଲାରେ ୧୩୯.୫୦ କୋଟି ଟଙ୍କା ବ୍ୟୟରେ ୩୦୧୬ ପ୍ରକଳ୍ପ, ଢେଙ୍କାନାଳ ଜିଲ୍ଲାରେ ୧୦୬ କୋଟି ଟଙ୍କାରେ ୩୦୫୩ ପ୍ରକଳ୍ପ ଏବଂ ବୌଦ୍ଧ ଜିଲ୍ଲାରେ ୩୪.୫୦ କୋଟି ଟଙ୍କା ବ୍ୟୟରେ ୧,୧୫୯ ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ହେବ ।

ଅକ୍ଟୋବର ୧୦ ତାରିଖରେ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଫୋକସରେ ରହିଛି ପ୍ରତି ପଞ୍ଚାୟତ, ପ୍ରତି ଗାଁ। ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ୩ ହଜାର ୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏହାବାଦ ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ । ଏଥିରେ ମୋଟ ୯୦ ହଜାର ୭୨୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବା ସହିତ ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟତ ଏହି ଯୋଜନାରେ ସାମିଲ ହେବେ ।

Tags: