ଆଜି ଶ୍ରୀ ଜୀଉଙ୍କ ବନକ ଲାଗି ନୀତି
ପୁରୀ : ଆଜି ଚୈତ୍ର-ଶୁକ୍ଲ ପ୍ରତିପଦ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରଦ୍ଧାଳୁଙ୍କ ପାଇଁ ସନ୍ଧ୍ୟାରେ ୪ ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅନୁଷ୍ଠିତ ହେବ ଏହି ଗୁପ୍ତ ସେବା । ତେଣୁ ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ। ହରିତାଳ, ହିଙ୍ଗୁଳ, କସ୍ତୁରୀ ଓ କଳା […]
ପୁରୀ : ଆଜି ଚୈତ୍ର-ଶୁକ୍ଲ ପ୍ରତିପଦ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରଦ୍ଧାଳୁଙ୍କ ପାଇଁ ସନ୍ଧ୍ୟାରେ ୪ ଘଣ୍ଟା ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅନୁଷ୍ଠିତ ହେବ ଏହି ଗୁପ୍ତ ସେବା । ତେଣୁ ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ। ହରିତାଳ, ହିଙ୍ଗୁଳ, କସ୍ତୁରୀ ଓ କଳା ଧଳା ଆଦି ପାରମ୍ପରିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର କରାଯିବ। ବନକଲାଗି ନୀତି ପରେ ମହାପ୍ରଭୁଙ୍କ ସ୍ନାନ କରାଯାଇ ପୁନର୍ବାର ଦର୍ଶନ ଆରମ୍ଭ ହେବ। ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି ।




