ଆଜି ଶ୍ରୀ ଜୀଉଙ୍କୁ ଲାଗି ହେବ ଫୁଲୁରି ତେଲ
ପୁରୀ : ଆଜି ମହାପ୍ରଭୁଙ୍କ ଅଣସର ଘରେ ପଞ୍ଚମୀ ତିଥି । ଆଜି ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗିହେବ ଫୁଲୁରୀତେଲ । ୧୦୮ ଗଡୁ ଜଳରେ ଦିବ୍ୟ ସ୍ନାନ ପରେ ଜ୍ବରରେ କମ୍ପୁଛନ୍ତି ଶ୍ରୀଜୀଉ । ଅଣସର ଘରେ ମହାପ୍ରଭୁଙ୍କ ଅଙ୍ଗ ସେବାରେ ଲାଗିଛନ୍ତି ଦଇତାପତି ସେବକ । ସେବାୟତମାନେ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ସହ ଶ୍ରୀଅଙ୍ଗ ଫିଟା ନୀତି ଆରମ୍ଭ କରିଛନ୍ତି । ଆଜି ଫୁଲୁରି ତେଲ ଆସିବା ପରେ ଲାଗିହେବ ଫୁଲୁରି ତେଲ । […]
ପୁରୀ : ଆଜି ମହାପ୍ରଭୁଙ୍କ ଅଣସର ଘରେ ପଞ୍ଚମୀ ତିଥି । ଆଜି ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗିହେବ ଫୁଲୁରୀତେଲ । ୧୦୮ ଗଡୁ ଜଳରେ ଦିବ୍ୟ ସ୍ନାନ ପରେ ଜ୍ବରରେ କମ୍ପୁଛନ୍ତି ଶ୍ରୀଜୀଉ । ଅଣସର ଘରେ ମହାପ୍ରଭୁଙ୍କ ଅଙ୍ଗ ସେବାରେ ଲାଗିଛନ୍ତି ଦଇତାପତି ସେବକ । ସେବାୟତମାନେ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ସହ ଶ୍ରୀଅଙ୍ଗ ଫିଟା ନୀତି ଆରମ୍ଭ କରିଛନ୍ତି । ଆଜି ଫୁଲୁରି ତେଲ ଆସିବା ପରେ ଲାଗିହେବ ଫୁଲୁରି ତେଲ । ମହାପ୍ରଭୁଙ୍କ ଗୁପ୍ତ ନିତୀ ମଧ୍ୟରେ ଫୁଲୁରୀ ତେଲ ଲାଗି ହେଉଛି ଏକ ଗୁରୁତ୍ୱପୂର୍ଣ ଅଂଶ।
ବଡ଼ଓଡ଼ିଆ ମଠ ପକ୍ଷରୁ ଚତୁର୍ଦ୍ଧାବିଗ୍ରହଙ୍କ ଲାଗି ଏହି ଫୁଲୁରି ତେଲ ଯୋଗା ଯାଇଥାଏ । ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣ ଘର ଭୋଗ ସଂପନ୍ନ ହେବାପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଅଣସର ଦ୍ୱାର ଖୋଲାଯାଇ ପତି ମହାପାତ୍ର ୩ଟି ରୂପା ପିଙ୍ଗଣରେ ତେଲକୁ ନେଇ ସଂସ୍କାର କରିବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି ।
ବିଶ୍ୱାସ ରହିଛି ଏହି ଫୁଲୁରି ତେଲ ମହାପ୍ରଭୁଙ୍କ ଶରୀରରେ ଲେପନ କରାଗଲେ ଶରୀରର ପୀଡ଼ା କମ୍ ହୋଇଥାଏ । ତେଣୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସଂରକ୍ଷଣ ପାଇଁ ଗୁପ୍ତ ନୀତି ଚାଲିଛି । ନିବୁଜ ଅନ୍ଧାର ଘରେ ତାଟି ପକାଇ ଦୀପ ଜଳାଇ ଉପଚାର କରାଯାଉଛି । ହେରାପଞ୍ଚମୀ ଦିନ ଶୁଦ୍ଧ ରାଶି ତେଲରେ ଚେରମୂଳି ଓ ସୁବାସିତ ଫୁଲ ପକାଇ ଏକ ପାତ୍ରରେ ରଖି ତାକୁ ମାଟିତଳେ ପୋତା ଯାଇଥାଏ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତେଲକୁ ବାହାର କରାଯାଇ ପଞ୍ଚମୀ ଦିନ ତେଲକୁ ଛଣାଯାଏ । ପରେ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କ ପାଇଁ ପଠାଯାଏ । ବଡ଼ଓଡ଼ିଆ ମଠର ସଦସ୍ୟ ମାନେ ପ୍ରାୟ ୬ ସେର ଫୁଲୁରୀ ତେଲ ନେଇ ଶ୍ରୀମନ୍ଦିରକୁ ଯାଇ ଦଇତାପତିଙ୍କୁ ଅର୍ପଣ କରିଥାନ୍ତି।




