ଆଜି ମା’ ମାଣିକେଶ୍ବରୀଙ୍କର ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡି :କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଭୋର ୪ଟା ପରେ ଭବାନୀପାଟଣାର ପଶ୍ଚିମ ପଟରେ ଥିବା ଫାଶୀ ଡଙ୍ଗର ଜେନାଖାଲରେ ମାଣିକେଶ୍ୱରୀ ମା’ଙ୍କର ବିଜୟ ଛତର ସହର ଉପକଣ୍ଠରେ ଥିବା ଜେନାଖାଲରୁ ବାହାରିଛି। ମଧ୍ୟରାତ୍ରରେ ଜେନାଖାଲରେ ରୀତିନୀତି ଅନୁଯାୟୀ ଗୁପ୍ତ ପୂଜା ପରେ ମାଆଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଦିନ ୧୨ଟା ପୁର୍ବରୁ ରାଜବାଟି ସ୍ଥିତ ମା ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚିବ। ରାସ୍ତାରେ […]

Samaya Live Picture
Published On

କଳାହାଣ୍ଡି :କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଭୋର ୪ଟା ପରେ ଭବାନୀପାଟଣାର ପଶ୍ଚିମ ପଟରେ ଥିବା ଫାଶୀ ଡଙ୍ଗର ଜେନାଖାଲରେ ମାଣିକେଶ୍ୱରୀ ମା’ଙ୍କର ବିଜୟ ଛତର ସହର ଉପକଣ୍ଠରେ ଥିବା ଜେନାଖାଲରୁ ବାହାରିଛି। ମଧ୍ୟରାତ୍ରରେ ଜେନାଖାଲରେ ରୀତିନୀତି ଅନୁଯାୟୀ ଗୁପ୍ତ ପୂଜା ପରେ ମାଆଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଦିନ ୧୨ଟା ପୁର୍ବରୁ ରାଜବାଟି ସ୍ଥିତ ମା ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚିବ। ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରୁଛନ୍ତି । ଶାନ୍ତିର ପ୍ରତୀକ ଭାବେ ଶହ ଶହ ଧଳାରଙ୍ଗର ପାରାକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ଦେଖିବାକୁ ମିଳିଛି।

ଜେନା ବାଦ୍ୟ ଓ ବୀର ବାଦ୍ୟ ଘୁମୁରା ତାଳେ ତାଳେ ମା’ଙ୍କୁ ପାଛୋଟି ନେଉଛନ୍ତି ଶ୍ରଦ୍ଧାଳୁ। ଏହି ପ୍ରସିଦ୍ଧ ଯାତ୍ରାରେ ମାଣିକେଶ୍ବରୀଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଚଳିତବର୍ଷ ବି ଶ୍ରଦ୍ଧାଳୁମାନେ ନିଜ ମାନସିକ ପୂରଣ ଲାଗି ଶହ ଶହ ନିରୀହ ପଶୁ ବଳି ଦେଇଛନ୍ତି। ଭବାନୀପାଟଣାର ନାଗ ବଂଶୀୟ ରାଜ ପରିବାରର ତଥା କଳାହାଣ୍ଡି ବାସିନ୍ଦାଙ୍କ ଆରାଧ୍ୟ ଦେବୀ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହେଉଛି।

ମାଆଙ୍କ ଛତର ଯାତ୍ରା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ମୁତୟନ ହୋଇଛନ୍ତି ୧୫ ପ୍ଲାଟୁନ ପୋଲିସ ଫୋର୍ସ।

Tags: