ଆଜି ପବିତ୍ର ଶାମ୍ବ ଦଶମୀ
ଆଜି ପବିତ୍ର ଶାମ୍ବ ଦଶମୀ। ସୂର୍ଯ୍ୟଦେବଙ୍କ ଉପାସନାର ଦିନ I ଘରେ ଘରେ ପିଲାମାନଙ୍କର ଶୁଭ ମନାସୀ କରାଯାଇଥାଏ ସୂର୍ଯ୍ୟଦେବଙ୍କ ଆରାଧନା I ଏହି ଅବସରରେ ଆଜି ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ସମୁଦ୍ରରେ ବୁଡ଼ ପକାଇବା ସହ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି। ପୁରାଣ କଥାବସ୍ତୁ ଅନୁଯାୟୀ ଦ୍ଵାପର ଯୁଗରେ ଭଗବାନ କୃଷ୍ଣଙ୍କ ପୁଅ ଶାମ୍ବ ଶ୍ରୀକୃଷ୍ଣଙ୍କ ଠାରୁ ଅଭିଶାପ ପାଇ କୁଷ୍ଠରୋଗରେ ପୀଡିତ ହୋଇଥିଲେ । କୁଷ୍ଠ […]
ଆଜି ପବିତ୍ର ଶାମ୍ବ ଦଶମୀ। ସୂର୍ଯ୍ୟଦେବଙ୍କ ଉପାସନାର ଦିନ I ଘରେ ଘରେ ପିଲାମାନଙ୍କର ଶୁଭ ମନାସୀ କରାଯାଇଥାଏ ସୂର୍ଯ୍ୟଦେବଙ୍କ ଆରାଧନା I ଏହି ଅବସରରେ ଆଜି ପ୍ରତ୍ୟୁଷରୁ ଚନ୍ଦ୍ରଭାଗାରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସକାଳୁ ସକାଳୁ ଶ୍ରଦ୍ଧାଳୁମାନେ ସମୁଦ୍ରରେ ବୁଡ଼ ପକାଇବା ସହ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି।
ପୁରାଣ କଥାବସ୍ତୁ ଅନୁଯାୟୀ ଦ୍ଵାପର ଯୁଗରେ ଭଗବାନ କୃଷ୍ଣଙ୍କ ପୁଅ ଶାମ୍ବ ଶ୍ରୀକୃଷ୍ଣଙ୍କ ଠାରୁ ଅଭିଶାପ ପାଇ କୁଷ୍ଠରୋଗରେ ପୀଡିତ ହୋଇଥିଲେ । କୁଷ୍ଠ ରୋଗରୁ ମୁକ୍ତି ପାଇବା ସେ ନାରଦମୁନିଙ୍କର ଶରଣାପନ୍ନ ହୋଇଥିଲେ I ନାରଦମୁନି ଶାମ୍ବଙ୍କୁ ସୂର୍ଯ୍ୟ ଉପସଙ୍କ କରିବାକୁ ପରାମର୍ଶ ଦେଇଥିଲେ I ଏହାପରେ ଶାମ୍ବ ଅର୍କକ୍ଷେତ୍ର ଠାରେ ୧୨ ବର୍ଷ ସୂର୍ଯ୍ୟ ଦେବଙ୍କୁ ତପସ୍ୟା ପରେ ସୂର୍ଯ୍ୟଙ୍କ ଠାରୁ ବରଦାନ ପାଇ ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ । ପୁରାଣର ଏହି କଥାକୁ ଆଧାର କରି ଶାମ୍ବ ଦଶମୀରେ ଘରେ ଘରେ ସୂର୍ଯ୍ୟ ପୂଜା କରାଯାଇଥାଏ I ତେଣୁ ଏହ ପବିତ୍ର ଦିନରେ ହିନ୍ଦୁଧର୍ମାଲମ୍ବୀ ମହିଳା ମାନେ ନିଜ ପରିବାରକୁ ରୋଗ ମୁକ୍ତ କରିବା ପାଇଁ ପ୍ରତ୍ୟୁଷରେ ସୁର୍ଜ୍ୟପୂଜା କରିଥାନ୍ତି I ଏହା ସହିତ ପିଲାମାନଙ୍କ ପାଇଁ କରାଯାଇଥିବା ମାନସିକ ଅନୁସାରେ,ସୂର୍ଯ୍ୟଙ୍କଠାରେ ଭୋଗ ଅର୍ପଣ କରାଯାଇଥାଏ । ପ୍ରତି ଘଡିରେ ଗୋଟିଏ ଗୋଟିଏ ପ୍ରକାର ପ୍ରସାଦ ସୂର୍ଯ୍ୟଦେବଙ୍କୁ ଅର୍ପଣ କରାଯାଉଥିବାରୁ ଏହାକୁ ସାତଘଡ଼ି ମଧ୍ୟ କୁହାଯାଏ I
ଏହି ପବିତ୍ର ଦିନରେ କୋଣାର୍କରେ ପୁରାଣ ବର୍ଣ୍ଣିତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥ ସ୍ଥାନୀୟ ଅନନ୍ତ ଅବଧୂତ ମଠ ଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ପାଞ୍ଚଦିନନ ବ୍ୟାପୀ ସୌର ମାହାଯଜ୍ଞ ଅନୁଷ୍ଠିତ ହେବା ସହ ଚଳିତ ବର୍ଷ ସୂର୍ଯ୍ୟ ଭଗବାନଙ୍କ ଧାତବ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି।




