ଆଜି ପ୍ରଧାନମନ୍ତ୍ରୀଙ୍କର ୭୫ ତମ ଜନ୍ମ ଦିବସ,ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୫ ବର୍ଷ ବୟସରେ ପାଦ ଦେଲେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଟୁଇଟ୍‌ କରି କହିଛନ୍ତି, ଆପଣଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଭାରତକୁ ନୂତନ ଦିଗଦର୍ଶନ ଦେଇଛି। ଓଡ଼ିଶା ସମେତ ସମଗ୍ର ଦେଶରେ ବିକାଶର ସଫଳତା ସମ୍ଭବ ହୋଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା। ଆପଣ ଜାତୀୟ ସେବାର ମହାନ କାର୍ଯ୍ୟକୁ […]

ଆଜି ପ୍ରଧାନମନ୍ତ୍ରୀଙ୍କର ୭୫ ତମ ଜନ୍ମ ଦିବସ,ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
Samaya Live Picture
Published On

ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୫ ବର୍ଷ ବୟସରେ ପାଦ ଦେଲେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଟୁଇଟ୍‌ କରି କହିଛନ୍ତି, ଆପଣଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଭାରତକୁ ନୂତନ ଦିଗଦର୍ଶନ ଦେଇଛି। ଓଡ଼ିଶା ସମେତ ସମଗ୍ର ଦେଶରେ ବିକାଶର ସଫଳତା ସମ୍ଭବ ହୋଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା। ଆପଣ ଜାତୀୟ ସେବାର ମହାନ କାର୍ଯ୍ୟକୁ ଆହୁରି ଆଗକୁ ନିଅନ୍ତୁ ।

ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରେ ସ୍ବଛ ଭାରତ ଅଭିଯାନ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ବିଜେପିର ବହୁ ବରିଷ୍ଠ ନେତା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ସ୍ବଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ରକ୍ତଦାନ ଶିବିର । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଥିଲେ।

ସେହିପରି ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ରାଜ୍ୟରେ ଲାଗିବ ୭୫ଲକ୍ଷ ଗଛ । ଏଥିପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ୪୫ ହଜାରଟି ଜାଗା ଚିହ୍ନଟ ହୋଇଛି । ରାଜ୍ୟର ୬ହଜାର ୭୯୪ ପଞ୍ଚାୟତକୁ ଜଙ୍ଗଲ ବିଭାଗ ପକ୍ଷରୁ ୫୦୦ ଲକ୍ଷ ଲେଖାଏଁ ଗଛ ପଠାଯାଇଛି । ସବୁ ଜିଲ୍ଲାରେ ଗଛ ଲଗା କାର୍ଯ୍ୟକ୍ରମରେ ମନ୍ତ୍ରୀ, ବିଧାୟକ, ସାଂସଦ, ସରପଞ୍ଚ, ଶିକ୍ଷକ, ଅଙ୍ଗନଓ୍ବାଡ଼ି କର୍ମୀ ସମସ୍ତଙ୍କୁ ସାମିଲ ହେବାକୁ କୁହାଯାଇଛି ।

ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରୁ ସାରା ଦେଶରେ ସ୍ବାସ୍ଥ୍ୟ ଓ ପୋଷଣ ଅଭିଯାନ ପକ୍ଷ ଆରମ୍ଭ କରିବେ। ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଏବଂ ଅଷ୍ଟମ ଜାତୀୟ ପୋଷଣ ମାସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହା ସହ ଅନ୍ୟ କେତେକ ବିକାଶମୂଳକ ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି ।

Tags: