ଆଜି ପଞ୍ଚାୟତି ରାଜ ଦିବସ ,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ ତମ ଜନ୍ମ ଜୟନ୍ତୀ

ଭୁବନେଶ୍ୱର : ଆଜି ମହାନାୟକ ଓଡ଼ିଶାର ବରପୁତ୍ର ବିଜୁ ବାବୁଙ୍କର ୧୦୮ ତମ ଜନ୍ମ ଜୟନ୍ତୀ I ଏହାକୁ ସାରା ରାଜ୍ୟ ପଞ୍ଚାୟତି ରାଜ ଦିବସ ଭାବରେ ପାଳନ କରୁଛି I ମାର୍ଚ୍ଚ ୫ -୧୯୧୬ ରେ ପ୍ରବାଦ ପୁରୁଷ ବିଜୁବାବୁ ଗଞ୍ଜାମ ଜିଲ୍ଲା ଜି-ନୂଆଗାଁ ରେ ଜନ୍ମ ଗ୍ରହଣ କରିଥିଲେ I ପରଲୋକର ୨୬ ବର୍ଷ ପରେ ବି ବିଜୁ ବାବୁ ଓଡ଼ିଆଙ୍କ ହୃଦୟରେ ବିରାଜମାନ କରିଛନ୍ତି I ବିଜୁବାବୁ ଥିଲେ ସ୍ପଷ୍ଟବାଦୀ,ନିର୍ଭିକ,ଦୁର୍ଦ୍ଧଷ ପାଇଲଟ I […]

Samaya Live Picture
Published On

ଭୁବନେଶ୍ୱର : ଆଜି ମହାନାୟକ ଓଡ଼ିଶାର ବରପୁତ୍ର ବିଜୁ ବାବୁଙ୍କର ୧୦୮ ତମ ଜନ୍ମ ଜୟନ୍ତୀ I ଏହାକୁ ସାରା ରାଜ୍ୟ ପଞ୍ଚାୟତି ରାଜ ଦିବସ ଭାବରେ ପାଳନ କରୁଛି I ମାର୍ଚ୍ଚ ୫ -୧୯୧୬ ରେ ପ୍ରବାଦ ପୁରୁଷ ବିଜୁବାବୁ ଗଞ୍ଜାମ ଜିଲ୍ଲା ଜି-ନୂଆଗାଁ ରେ ଜନ୍ମ ଗ୍ରହଣ କରିଥିଲେ I ପରଲୋକର ୨୬ ବର୍ଷ ପରେ ବି ବିଜୁ ବାବୁ ଓଡ଼ିଆଙ୍କ ହୃଦୟରେ ବିରାଜମାନ କରିଛନ୍ତି I ବିଜୁବାବୁ ଥିଲେ ସ୍ପଷ୍ଟବାଦୀ,ନିର୍ଭିକ,ଦୁର୍ଦ୍ଧଷ ପାଇଲଟ I ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ I ସେ ତାଙ୍କ ରାଜନୈତିକ ଜୀବନରେ ଓଡିଶାକୁ ଓଡିଶାକୁ ଏକ ବିଭବଶାଳୀ ରାଜ୍ୟରେ ପରିଣତ କରିବାକୁ ସ୍ବପ୍ନ ଦେଖିଥିଲେ ବିଜୁ ବାବୁ I

ପ୍ରବାଦପୁରୁଷ,ଭୂମିପୁତ୍ର, କଳିଙ୍ଗବୀର, ଦ୍ବିତୀୟ ଖାରବେଳ ଆଦି ଅନେକ ବିଶେଷଣରେ ଭୂଷିତ ହୋଇଥିଲେ I ସ୍କୁଲ ଶିକ୍ଷା ସାରି ସେ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ। ପାଇଲଟ୍‌ ହେବାର ଇଚ୍ଛା ଥିବାରୁ ସେ ବିମାନ ଚାଳନାରେ ତାଲିମ୍‌ ନେଲେ। ପ୍ରତ୍ୟେକ ଆହ୍ବାନକୁ ସାମ୍ନା କରିବାର ଅଦମ୍ୟ ସାହସ ତାଙ୍କଠାରେ ଥିଲା।

ଦିଲ୍ଲୀରୁ ବିମାନ ଉଡ଼ାଣ ଶିକ୍ଷା ସମାପ୍ତ କରି ସେ ଇଣ୍ଡିଆନ ଏୟାର‌ୱେଜରେ ପାଇଲଟ ଭାବରେ ଚାକିରି କରିଥିଲେ । ୧୯୪୬ରେ ଜବାହରଲାଲ୍ ନେହେରୁଙ୍କ ପରାମର୍ଶକ୍ରମେ ଇଣ୍ଡୋନେସିଆ ସ୍ବତନ୍ତ୍ରତା ସଂଗ୍ରାମର ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଆଦିଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରି ନିଜ ଡାକୋଟା ବିମାନରେ ଦିଲ୍ଲୀ ନେଇ ଆସିଥିଲେ । ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ସମ୍ମାନ ସହ, ପୁରସ୍କାର ସ୍ୱରୂପ ମିଳିଥିବା କୋଟି କୋଟି ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ ।

ବିଜୁ ପଟ୍ଟନାୟକ ଭୁବନେଶ୍ବରରେ ପ୍ରତିଷ୍ଠା କରିଥିଲେ ଆମ ରାଜ୍ୟର ପ୍ରଥମ ଫ୍ଲାଇଙ୍ଗ୍ କ୍ଲବ୍‌ ଏବଂ ଘରୋଇ ବିମାନସେବା ସଂସ୍ଥା ‘କଳିଙ୍ଗ ଏୟାର ବେଜ । ବ୍ୟକ୍ତିଗତ ଉଦ୍ୟମରେ ସେ ଚୌଦ୍ବାରରେ ଓଡ଼ିଶା ଟେକ୍‌ସଟାଇଲ୍‌ ମିଲ୍‌, କଳିଙ୍ଗ ଟ୍ୟୁବ୍‌ସ, କଳିଙ୍ଗ ରେଫ୍ରିଜରେସନ୍‌, କଳିଙ୍ଗ ଇଣ୍ତଷ୍ଟ୍ରିଜ୍‌ ଭଳି ବହୁ କାରଖାନା ଖୋଲିଥିଲେ। ବୈଷୟିକ ବିଜ୍ଞାନ ଉପରେ ତାଙ୍କର ବିଶ୍ବାସ ଥିଲା। ଓଡ଼ିଶାର ଲୌହ-ବହୁଳ ଅଞ୍ଚଳ ସହ ପାରାଦୀପକୁ ଯୋଡ଼ିବା ପାଇଁ ଗଢ଼ାଇଥିଲେ ଦୈତାରୀ-ପାରାଦୀପ ଏକ୍‌ସପ୍ରେସ୍‌ ରାଜପଥ। ତେର ଜିଲ୍ଲା-ବିଶିଷ୍ଟ ଓଡ଼ିଶାକୁ ଭାଙ୍ଗିବା ପାଇଁ ତାଙ୍କ ପୂର୍ବରୁ କୌଣସି ମୁଖ୍ୟମନ୍ତ୍ରୀ ସାହସ କରି ନ ଥିଲେ। ନିଜର ଦ୍ବିତୀୟ ଶାସନ କାଳରେ ସେ ଓଡ଼ିଶାକୁ ତିରିଶଟି ଜିଲ୍ଲାରେ ବିଭକ୍ତ କରିଥିଲେ। ବିଜୁଙ୍କ ଅବଦାନସ୍ବରୂପ ପଞ୍ଚାୟତ ଓ ନଗରପାଳିକା ବ୍ୟବସ୍ଥାରେ ମହିଳାଙ୍କ ନିମନ୍ତେ ସ୍ଥାନ ସ˚ରକ୍ଷଣ ଦେଶରେ ସର୍ବପ୍ରଥମେ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଥିଲା। ଖଟିଖିଆ ମଜୁରିଆଙ୍କ ପାଇଁ ମଧ୍ୟ ସେ ଐତିହାସିକ ପଦକ୍ଷେପ ନେଇଥିଲେ। ସେ ସର୍ବନିମ୍ନ ମଜୁରିକୁ ଏଗାର ଟଙ୍କାରୁ ପଚିଶ ଟଙ୍କାକୁ ବୃଦ୍ଧି କରିଥିଲେ। ତାଙ୍କର ଏହି ପଦକ୍ଷେପ ଥିଲା ଦେଶରେ ପ୍ରଥମ।

Tags: