ଆଜି ପବିତ୍ର ଅଁଳା ନବମୀ,ପାଦ ଦର୍ଶନ ଦେଉଛନ୍ତି ଶ୍ରୀରାଧା

ସାକ୍ଷୀଗୋପାଳ : ଆଜି ପବିତ୍ର ଅଁଳା ନବମୀ I ଏଥି ପାଇଁ ଚଳଚଞ୍ଚଳ ରହିଛି ସାକ୍ଷୀଗୋପାଳ ମନ୍ଦିର । ଭକ୍ତଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ରାଧାରାଣୀ । କାଣିଆ କଛା ମାରି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା’। ବର୍ଷକୁ ଥରେ ରାଧାପାଦ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼ । ସେପଟେ ପ୍ରଭୁ ସାକ୍ଷୀଗୋପାଳଙ୍କ ନଟବର ବେଶ ଦେଖି କୃତାର୍ଥ ହେଉଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ତେବେ ୨୦୧୯ ପରଠୁ ରାଧାପାଦ […]

Samaya Live Picture
Published On

ସାକ୍ଷୀଗୋପାଳ : ଆଜି ପବିତ୍ର ଅଁଳା ନବମୀ I ଏଥି ପାଇଁ ଚଳଚଞ୍ଚଳ ରହିଛି ସାକ୍ଷୀଗୋପାଳ ମନ୍ଦିର । ଭକ୍ତଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ରାଧାରାଣୀ । କାଣିଆ କଛା ମାରି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା’। ବର୍ଷକୁ ଥରେ ରାଧାପାଦ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼ । ସେପଟେ ପ୍ରଭୁ ସାକ୍ଷୀଗୋପାଳଙ୍କ ନଟବର ବେଶ ଦେଖି କୃତାର୍ଥ ହେଉଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ତେବେ ୨୦୧୯ ପରଠୁ ରାଧାପାଦ ସ୍ପର୍ଶ ମନା ହୋଇଥିବାରୁ କେବଳ ଦର୍ଶନ ସହ ଅଁଳା ଗଛରେ ମାନସିକ ଡୋରି ବାନ୍ଧୁଛନ୍ତି ଶ୍ରଦ୍ଧାଳୁ । ସାକ୍ଷୀଗୋପାଳ ମନ୍ଦିରରେ ବର୍ଷକୁ ଥରେ ମାତ୍ର ଏହି ଦର୍ଶନର ସୌଭାଗ୍ୟ ପାଇଥାନ୍ତି ଶ୍ରଦ୍ଧାଳୁମାନେ I ତେଣୁ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା ।

Tags: