ଆଜି ରାଷ୍ଟ୍ରପତିଙ୍କ ଗସ୍ତର ଶେଷଦିନ, ତମାଣ୍ଡୋ ବ୍ରହ୍ମକୁମାରୀ କେନ୍ଦ୍ରର କଲେ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ଜୁଲାଇ ୨୬ ତାରିଖରୁ ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଆଜି କାର୍ଯ୍ୟକ୍ରମର ଶେଷ ଦିନରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି । ସେଠାରେ ଆୟୋଜନ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଗଛ ଲଗାଇଥିଲେ ମହାମହିମ । ଏହି ଅବସରରେ ରାଷ୍ଟ୍ରପତି ଅଭିଭାଷଣ ମଧ୍ୟ ଦେଇଛନ୍ତି। ଓଡିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ସମ୍ପର୍କ ରହିଛି। ପରିବର୍ତ୍ତନ ହେଉଛି,ଏକମାତ୍ର […]

Samaya Live Picture
Published On

ଭୁବନେଶ୍ୱର : ଜୁଲାଇ ୨୬ ତାରିଖରୁ ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଆଜି କାର୍ଯ୍ୟକ୍ରମର ଶେଷ ଦିନରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିଛନ୍ତି ରାଷ୍ଟ୍ରପତି । ସେଠାରେ ଆୟୋଜନ କରାଯାଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଗଛ ଲଗାଇଥିଲେ ମହାମହିମ । ଏହି ଅବସରରେ ରାଷ୍ଟ୍ରପତି ଅଭିଭାଷଣ ମଧ୍ୟ ଦେଇଛନ୍ତି। ଓଡିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ସମ୍ପର୍କ ରହିଛି। ପରିବର୍ତ୍ତନ ହେଉଛି,ଏକମାତ୍ର ଅପରିବର୍ତ୍ତନୀୟ ପ୍ରକିୟା। ସବୁ ସମାଜରେ ସବୁ ସମୟରେ କିଛି ନା କିଛି ପରିବର୍ତ୍ତନ ହେଉଛି।

ପରିବର୍ତ୍ତନ ହିଁ ସତ୍ୟ। ସ୍ରୋତ ପରି ସମୟ ମଧ୍ୟ ଦ୍ରୁତ ପରିବର୍ତ୍ତନଶୀଳ। ସମୟ ଆପେ ଆପେ ବଦଳେ ନା ମଣିଷ ତାକୁ ବଦଳାଏ। ବ୍ରହ୍ମାକୁମାରୀ ସଂସ୍ଥାର ବିଚାର-ବ୍ୟକ୍ତି ବଦଳିଲେ ସମାଜ ବଦଳିବ। ମାନସିକ ଶାନ୍ତି ନଥିଲେ,ଜଣେ ପ୍ରକୃତ ଶାନ୍ତି ପାଇବ ନାହିଁ। ଆତ୍ମଚିନ୍ତନ ଅଭାବରୁ ହିଁ ଆମେ ନକରାତ୍ମକର ଶିକାର ହେଉଛୁ। ମାନସିକ ଯଶ,କ୍ଷମତା ପଛରେ ଦଉଡି ଦଉଡି ମଣିଷ ଆଜି କ୍ଲାନ୍ତ ବୋଲି ରାଷ୍ଟ୍ରପତି ନିଜ ବକ୍ତବ୍ୟରେ କହିଛନ୍ତି।

କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରେ ବ୍ରହ୍ମାକୁମାରୀ ପକ୍ଷରୁ ସ୍ୱତନ୍ତ୍ର ଭୋଜନର ବ୍ୟବସ୍ଥା କରାଯାଇଛି । ରାଜ୍ୟପାଳ, ବ୍ରହ୍ମାକୁମାରୀର ବରିଷ୍ଠ ସଦସ୍ୟଙ୍କ ସହ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି । ଅପରାହ୍ଣ ୨ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ତମାଣ୍ଡୋରେ ରହିବେ । ତମାଣ୍ଡୋ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଜଭବନ ଫେରିବେ ରାଷ୍ଟ୍ରପତି । ଏହା ପରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Tags: