ଆଜି ପବିତ୍ର ମହାବାରୁଣୀ ସ୍ନାନ

ଯାଜପୁର : ଆଜି ପବିତ୍ର ମହାବାରୁଣୀ ସ୍ନାନ। ଯାଜପୁରର ବୈତରଣୀ ନଦୀ କୂଳ ପବିତ୍ର ଦଶାଶ୍ୱମେଧ ଘାଟଠାରେ ବାରୁଣୀ ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସକାଳ ୭ଟା ୯ ମିନିଟରୁ ଦିନ ୧୨ଟା ୫୭ ମିନିଟ ପର୍ଯ୍ୟନ୍ତ ଶୁଭ ସମୟ ନିର୍ଘଣ୍ଟ ହୋଇଛି। ଯାହାକି ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇବ ସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି। ମହାବାରୁଣୀ ଅବସରରେ ଏହି ପବିତ୍ର ତୀର୍ଥ ସ୍ଥା‌ନରେ ସ୍ନାନ କଲେ ସବୁ […]

Samaya Live Picture
Published On

ଯାଜପୁର : ଆଜି ପବିତ୍ର ମହାବାରୁଣୀ ସ୍ନାନ। ଯାଜପୁରର ବୈତରଣୀ ନଦୀ କୂଳ ପବିତ୍ର ଦଶାଶ୍ୱମେଧ ଘାଟଠାରେ ବାରୁଣୀ ସ୍ନାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସକାଳ ୭ଟା ୯ ମିନିଟରୁ ଦିନ ୧୨ଟା ୫୭ ମିନିଟ ପର୍ଯ୍ୟନ୍ତ ଶୁଭ ସମୟ ନିର୍ଘଣ୍ଟ ହୋଇଛି। ଯାହାକି ରାଜ୍ୟ ତଥା ରାଜ୍ୟ ବାହାରର ହଜାର ହଜାର ଶ୍ରଦ୍ଧାଳୁ ବୁଡ ପକାଇବ ସହ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି।

ମହାବାରୁଣୀ ଅବସରରେ ଏହି ପବିତ୍ର ତୀର୍ଥ ସ୍ଥା‌ନରେ ସ୍ନାନ କଲେ ସବୁ ପାପ କ୍ଷୟ ହୁଏ ବୋଲି ବିଶ୍ବାସ ରହିଛି। ଭିଡକୁ ଦୃଷ୍ଟିରେ ରଖି ପୁଲିସ ଓ ପୌର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ନଦୀ କୂଳରେ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଥିବା ବେଳେ ଗାଧୋଇବା ସ୍ଥଳରେ ବ୍ୟାରିକେଟ ଓ ଖରା ଦୃଷ୍ଟିରୁ ଜଳଛତ୍ର ବ୍ୟବସ୍ଥା କରାଯାଇଛି। ତେବେ ଏହି ମହା ବାରୁଣୀ ଯୋଗରେ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ସାଧୁ ସନ୍ଥ ମାନେ ଆସି ବୈତରଣୀ ନଦୀରେ ବୁଡ଼ ପକାଇବା ସହ ମାଆ ବୈତରଣୀଙ୍କ ଆଳତୀ କରିଥିଲେ।

ସେହିପରି ବାରୁଣୀ ବୁଡ଼ ପାଇଁ ଆସ୍କା ସ୍ଥିତ ରୁଷିକୂଲ୍ୟା ଓ ବଡ଼ ନଦୀର ସଙ୍ଗମ ସ୍ଥଳରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଛି। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ସହ ଅସ୍ତି ବିସର୍ଜନ କରିଛନ୍ତି ଶ୍ରଦ୍ଧାଳୁ। ଏହି ଦୁଇ ନଦୀର ଉତ୍ତର ବାଙ୍କରେ ଅସ୍ଥି ବିସର୍ଜନ କଲେ ପିତୃ ପୁରୁଷଙ୍କ ସ୍ୱର୍ଗପ୍ରାପ୍ତି ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।

Tags: