ଆଜି ପବିତ୍ର ମାଘ ସପ୍ତମୀ ,ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ଼
କୋଣାର୍କ : ଆଜି ମାଘ ସପ୍ତମୀ । ଏନେଇ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କ। କୋର୍ଣାକରେ ବୁଡ ପକାଇବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଆଜି ଭୋରରୁ ପ୍ରଥମେ ତିନି ଠାକୁର ଐଶାନେଶ୍ବର, ଦକ୍ଷିଣେଶ୍ୱର, ତ୍ରିବେଣୀଶ୍ୱର ଆସି ବୁଡ଼ ପକାଇଥିଲେ । ତିନି ଠାକୁରଙ୍କ ସ୍ନାନ ଓ ଆଳତୀ ପରେ ବୁଡ଼ ପକାଇଛନ୍ତି ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୋମବାର ଷଷ୍ଠୀ ରାତି ୯ଟା୪୫ରେ ତିନି ଠାକୁର […]
କୋଣାର୍କ : ଆଜି ମାଘ ସପ୍ତମୀ । ଏନେଇ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କ। କୋର୍ଣାକରେ ବୁଡ ପକାଇବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଆଜି ଭୋରରୁ ପ୍ରଥମେ ତିନି ଠାକୁର ଐଶାନେଶ୍ବର, ଦକ୍ଷିଣେଶ୍ୱର, ତ୍ରିବେଣୀଶ୍ୱର ଆସି ବୁଡ଼ ପକାଇଥିଲେ । ତିନି ଠାକୁରଙ୍କ ସ୍ନାନ ଓ ଆଳତୀ ପରେ ବୁଡ଼ ପକାଇଛନ୍ତି ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ସୋମବାର ଷଷ୍ଠୀ ରାତି ୯ଟା୪୫ରେ ତିନି ଠାକୁର ନିଜ ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିଥିଲେ। ତିନିଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା ସହ କୋଣାର୍କ ଏନଏସି ମଣ୍ଡପ, ତହସିଲ କାର୍ଯ୍ୟାଳୟ,ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ପୂଜାର୍ଚ୍ଚନା କରଯାଇଥିଲା । ରାତି ୪ଟା୩୫ରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଁଚିଥିଲେ ତିନି ଠାକୁର। ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସମ୍ପାଦନ ଶେଷ ପରେ ସପ୍ତମୀ ତୀଥିରେ ପବିତ୍ର ତୀର୍ଥ ଜଳରେ ତିନିଠାକୁର ସ୍ନାନ କରିଥିଲେ। ହରିବୋଲ ଓ ହୁଳହୁଳି ଶବ୍ଦରେ ଚନ୍ଦ୍ରଭାଗା ତୀର୍ଥ କ୍ଷେତ୍ର ପ୍ରକମ୍ପିତ ହୋଇଥିଲା । ତୀର୍ଥ ପୁଷ୍କରିଣୀରେ ପୁରୀ ରାଧାବଲ୍ଲଭ ମଠ ପକ୍ଷରୁ ସାଧୁସନ୍ଥମାନେ ୧୦୮ ଦୀପ ଆଳତୀ କରିଥିଲେ।
ଚଳିତ ବର୍ଷ ମାଘ ବୁଡକୁ ଶୃଙ୍ଖଳିତ କରିବାକୁ ତୀର୍ଥ ପୁଷ୍କରିଣୀ ଖନନ କରାଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ ଓ ବିଭିନ୍ନ ପାର୍କିଂ ସ୍ଥାନ ମାନଙ୍କରେ ବାରିକେଟ ନିର୍ମାଣ ଓ ମେଳା ପଡିଆରେ ଦୁଇଟି ଅସ୍ଥାୟୀ ୱାଚ୍ ଟାୱାର ନିର୍ମାଣ କରାଯାଇଛି। ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ, କୋଣାର୍କ ବଜାର ଆଦି ବିଭିନ୍ନ ସ୍ଥାନ ମାନଙ୍କରେ କୋଣାର୍କ ଏନଏଏସି ପକ୍ଷରୁ ବ୍ୟାପକ ଆଲୋକ ବ୍ୟବସ୍ଥା କରାଯାଇଛି। ଚନ୍ଦ୍ରଭାଗାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ,ଏସପି ବିନୀତ ଅଗ୍ରଓ୍ଵାଲ, ଉପଜିଲ୍ଲାପାଳ ରାଜକିଶୋର ଜେନା ପ୍ରମୁଖ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ୩ଶହ ସ୍ବେଛାସେବୀ,୩୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ।




