ଆଜି ପବିତ୍ର ଅଁଳା ନବମୀ,ଓଡ଼ିଆଣୀ ବେଶରେ ରାଧାପାଦ ଦର୍ଶନ ଦେଉଛନ୍ତି ଶ୍ରୀରାଧା
ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଅଁଳା ନବମୀ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଅଁଳା ନବମୀକୁ ଧାତ୍ରୀ ନବମୀ ମଧ୍ୟ କୁହାଯାଏ । ଏହି ଦିନ ଓଡିଆଣୀ ବେଶରେ ପାଦ ଦର୍ଶନ ଦେଇଥାନ୍ତି ରାଧାରାଣୀ। ବର୍ଷକରେ କେବଳ ଆଜି ହିଁ ରାଧାପାଦ ଦର୍ଶନର ସୁଯୋଗ ମିଳିଥାଏ। ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ଏହି ଦୁର୍ଲଭ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବା ପାଇଁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ରାତି […]
ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଅଁଳା ନବମୀ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଅଁଳା ନବମୀକୁ ଧାତ୍ରୀ ନବମୀ ମଧ୍ୟ କୁହାଯାଏ । ଏହି ଦିନ ଓଡିଆଣୀ ବେଶରେ ପାଦ ଦର୍ଶନ ଦେଇଥାନ୍ତି ରାଧାରାଣୀ। ବର୍ଷକରେ କେବଳ ଆଜି ହିଁ ରାଧାପାଦ ଦର୍ଶନର ସୁଯୋଗ ମିଳିଥାଏ। ପୁରୀ ଜିଲ୍ଲା ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ଏହି ଦୁର୍ଲଭ ପାଦ ଦର୍ଶନର ସୌଭାଗ୍ୟ ଲାଭ କରିବା ପାଇଁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ରାତି ୧ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ, ଅବକାଶ ନୀତି କରାଯିବା ପରେ ସାକ୍ଷୀ ଗୋପୀନାଥ ଓ ରାଧାରାଣୀଙ୍କୁ ସୁସଜ୍ଜିତ କରାଯାଇଛି। ଭୋର ୫ଟାରୁ ଚାଲିଛି ରାଧାପାଦ ଦର୍ଶନ। ଶ୍ରୀକୃଷ୍ଣ ନଟବର ବେଶରେ ଦର୍ଶନ ଦେଉଛନ୍ତି। ଏଥିପାଇଁ ପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ସୁରୁଖୁରୁରେ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି। ୧୧ ଲେନ ବିଶିଷ୍ଟ ବ୍ୟାରିକେଡ୍ କରାଯାଇଛି।
ଏହି ଦିନ ଗୋପାଳଙ୍କୁ ଚନ୍ଦନ ଚର୍ଚ୍ଚିତ କରାଯାଇ ମସ୍ତକରେ ସ୍ୱର୍ଣ୍ଣ କିରୀଟ, ହାତରେ ସୁବର୍ଣ୍ଣ ବଂଶୀ ସାଙ୍ଗକୁ ନଟବର ବେଶରେ ଏବଂ ରାଧାଙ୍କୁ ଖଣ୍ଡୁଆ ପାଟବସ୍ତ୍ର ସହ କିରୀଟ, ପାଉଁଜି, ଝୁଣ୍ଟିଆ, କୁଣ୍ଡଳ, ଚାପସରି ସେବତୀ ହାର, ନୋଥ, ଗୁଣା ଏବଂ ଅଁଳା ହାର ଲାଗି କରାଯାଏ । କୁହାଯାଏ ଶ୍ରୀରାଧାଙ୍କ ପାଦ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ । ଆଜି ଡିଅଁରେ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ମାନେ ଅଁଳା ଗଛର ପୂଜାର୍ଚ୍ଚନା କରିଥିଲେ । ଅଁଳା ନବମୀରେ ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେପଟେ ରାତ୍ର ୧୨ଟାରୁ ଦ୍ୱାର ପିଠା ନୀତି ସମ୍ପର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଳମ, ଅବକାଶ ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଛି ।




