ଆଜି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

ଭବାନୀପାଟଣା : ଆଜି କଳାହାଣ୍ଡିବାସୀଙ୍କ ଆରାଧ୍ୟା ଦେବୀ ମା ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଏଥିପାଇଁ ଭବାନୀପାଟଣା ସହର ଚଳଚଞ୍ଚଳ । ମଧ୍ୟରାତ୍ରରେ ସହର ପଶ୍ଚିମ ଉପକଣ୍ଠରେ ଥିବା ଫାଶୀ ଡଙ୍ଗର ଜେନାଖାଲରେ ମା’ମାଣିକେଶ୍ୱରୀଙ୍କ ଗୁପ୍ତ ସନ୍ଧି ପୂଜା କରାଯାଇଥିଲା। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସରିବା ପରେ ମନ୍ଦିର ଅଭିମୁଖେ ବାହାରିଛି ମା’ଙ୍କ ବିଜୟ ପ୍ରତିମା ଛତର । ଆଜି ପୀଠେ ମହାନବମୀ ତିଥିରେ ଭୋର ୪ ଟା ୪୫ ମିନିଟରେ ମାଙ୍କ ପ୍ରତୀକ ଛତରକୁ ଏକ […]

ଆଜି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା
Samaya Live Picture
Published On

ଭବାନୀପାଟଣା : ଆଜି କଳାହାଣ୍ଡିବାସୀଙ୍କ ଆରାଧ୍ୟା ଦେବୀ ମା ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଏଥିପାଇଁ ଭବାନୀପାଟଣା ସହର ଚଳଚଞ୍ଚଳ । ମଧ୍ୟରାତ୍ରରେ ସହର ପଶ୍ଚିମ ଉପକଣ୍ଠରେ ଥିବା ଫାଶୀ ଡଙ୍ଗର ଜେନାଖାଲରେ ମା’ମାଣିକେଶ୍ୱରୀଙ୍କ ଗୁପ୍ତ ସନ୍ଧି ପୂଜା କରାଯାଇଥିଲା। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସରିବା ପରେ ମନ୍ଦିର ଅଭିମୁଖେ ବାହାରିଛି ମା’ଙ୍କ ବିଜୟ ପ୍ରତିମା ଛତର । ଆଜି ପୀଠେ ମହାନବମୀ ତିଥିରେ ଭୋର ୪ ଟା ୪୫ ମିନିଟରେ ମାଙ୍କ ପ୍ରତୀକ ଛତରକୁ ଏକ ବିରାଟ ପଟୁଆରରେ ମନ୍ଦିରକୁ ନିଆଯାଇଥିଲା।

ମାନସିକଧାରୀ ମାନେ ପରମ୍ପରା ଅନୁଯାୟୀ ମା ଙ୍କ ନିକଟରେ ନୈବେଦ୍ୟ ଅର୍ପଣ କରିଥିଲେ । ବର୍ଷକୁ ଦିନଟିଏ ପାଇଁ ରାଜରାସ୍ତାରେ ମାଁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ୩ କିଲୋମିଟର ରାସ୍ତା ସହର ପରିକ୍ରମା କରି ମନ୍ଦିରରେ ପହଞ୍ଚିବେ ମା’।

ତେବେ କଟକଣା ପରେ ବି ରକ୍ତରେ ଭିଜିଛି କଳାହାଣ୍ଡି ମାଟି। ଚାଲିଛି ରାଜରାସ୍ତାରେ ବଳି ଦେବା ପରମ୍ପରା। ନିଶା ରାତିରେ ପୂଜା ସହ ବଳି ପଡିବା ପରେ ବାହାରିଲା ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା। ଦିନ ତମାମ ସହର ପରିକ୍ରମା ପରେ ମାଁଙ୍କ ଛତର ମନ୍ଦିରରେ ପହଞ୍ଚିବ। ପ୍ରସିଦ୍ଧ ଛତର ଯାତ୍ରାକୁ ନେଇ ପୁରା କଳାହାଣ୍ଡି ଏବେ ଉତ୍ସବ ମୁଖର ହୋଇପଡିଛି ।ଆଜି ମାଁଙ୍କୁ ଦର୍ଶନ ପାଇଁ ଭବାନୀପାଟଣା ସହର ଲୋକାରଣ୍ୟ ହେଇ ଉଠିଛି । ଜିଲା ତଥା ପଡ଼ୋଶୀ ଜିଲା ଏବଂ ଛତିଶଗଡ ଅଞ୍ଚଳରୁ ବହୁ ଭକ୍ତ ସହରକୁ ଆସିଥିବା ସୂଚନା ମିଳିଛି।

 

 

Tags: