ଆଜି ମହାପ୍ରଭୁଙ୍କ ଆଡ଼ିକିଆ ବେଶ

ପୁରୀ : ଶ୍ରୀକ୍ଷେତ୍ରରେ ପଞ୍ଚୁକ ପାଇଁ ପ୍ରବଳ ଭିଡ଼ । ଆଜି ହେଉଛି ପଞ୍ଚକର ଦ୍ଵିତୀୟ ଦିନ। ତେବେ ଦ୍ୱାଦଶୀ ତିଥି କ୍ଷୟ ହୋଇଥିବାରୁ ମହାପ୍ରଭୁଙ୍କର ବାଙ୍କଚୁଡା ବେଶ ଅନୁଷ୍ଠିତ ହେବ ନାହିଁ। ଆଜି ତ୍ରୟୋଦଶୀ ପଡୁଥିବାରୁ ମହାପ୍ରଭୁଙ୍କର ତ୍ରିବିକ୍ରମ ବେଶ ଵା ଆଡକିଆ ବେଶ ଅନୁଷ୍ଠିତ ହେବ । ଆଡ଼ିକିଆ ବା ତ୍ରିବିକ୍ରମ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି କରାଯାଏ । ଏହି ଚୂଳ ଦୁଇଟି ସୋଲ, କନା, […]

ଆଜି ମହାପ୍ରଭୁଙ୍କ ଆଡ଼ିକିଆ ବେଶ
Samaya Live Picture
Published On

ପୁରୀ : ଶ୍ରୀକ୍ଷେତ୍ରରେ ପଞ୍ଚୁକ ପାଇଁ ପ୍ରବଳ ଭିଡ଼ । ଆଜି ହେଉଛି ପଞ୍ଚକର ଦ୍ଵିତୀୟ ଦିନ। ତେବେ ଦ୍ୱାଦଶୀ ତିଥି କ୍ଷୟ ହୋଇଥିବାରୁ ମହାପ୍ରଭୁଙ୍କର ବାଙ୍କଚୁଡା ବେଶ ଅନୁଷ୍ଠିତ ହେବ ନାହିଁ। ଆଜି ତ୍ରୟୋଦଶୀ ପଡୁଥିବାରୁ ମହାପ୍ରଭୁଙ୍କର ତ୍ରିବିକ୍ରମ ବେଶ ଵା ଆଡକିଆ ବେଶ ଅନୁଷ୍ଠିତ ହେବ । ଆଡ଼ିକିଆ ବା ତ୍ରିବିକ୍ରମ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି କରାଯାଏ । ଏହି ଚୂଳ ଦୁଇଟି ସୋଲ, କନା, ବେତ, ଜରି, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ମା ସୁଭଦ୍ରାଙ୍କ ସମେତ ଦୁଇ ଭାଇଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକ ମାନେ ଏହି ବେଶ କରିଥାନ୍ତି । ଏହି ବେଶ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ଥିବାରୁ ଶ୍ରୀମନ୍ଦିରରେ ଆଜି ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି ।

ସେହିପରି ମଙ୍ଗଳବାର ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଵା ଡାଳିକିଆ ବେଶ ଓ ବୁଧବାର ପୂର୍ଣ୍ଣିମାରେ ରାଜରାଜେଶ୍ୱରବେଶ ଵା ସୁନାବେଶ ଅନୁଷ୍ଠିତ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତକାଲି ପଞ୍ଚକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଠେଲା ପେଲା ହୋଇଥିଲା । ଏପରିକି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଧୈର୍ଯ୍ୟହରା ହେବା ପରେ ବ୍ୟାରିକେଡ୍ ଭାଙ୍ଗି ମନ୍ଦିରରେ ପ୍ରବେଶ କରିଥିଲେ ଭକ୍ତ। କେତେକ ଭକ୍ତ ତଳେ ପଡ଼ି ଯାଇଥିଲେ । ପଞ୍ଚକର ବାକି ଦିନ ଯେପରି ସୁରୁଖୁରୁରେ ଦର୍ଶନ ହେବ ତାର ବ୍ୟବସ୍ଥା କରିବାକୁ ପୁରୀରେ ପହଞ୍ଚିିଥିଲେ ପୋଲିସ ଡିଜି ୱାଇ ବି ଖୁରାନିଆ । ସ୍ଥିତି ଯାଞ୍ଚ କରିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ନେଇ ସେ ଅନୁଧ୍ୟାନ କରିଛନ୍ତି ।

Tags: