ମଙ୍ଗଳବାର ଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ହେଉଛି ନେତ ଉତ୍ସବ
ଭୁବନେଶ୍ୱର : ମଙ୍ଗବାର ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥ ଅନୁଷ୍ଠିତ ହେଉଛି I ଏହାର ପୂର୍ବଦିନ ଅର୍ଥାତ ଆଜି ଅନୁଷ୍ଠିତ ହେଉଛି ନେତ ଉତ୍ସବ I ସେହିପରି ଆଜି ରାତିରେ ରୁକୁଣା ରଥ ପ୍ରତିଷ୍ଠା ହେବ I ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି I କ୍ଷେତ୍ରବାସୀ ବ୍ରାହ୍ମଣ ନିଯୋଗ ନିମନ୍ତେ ପୁରୀରୁ ଗଜପତିଙ୍କ ପ୍ରତିନିଧି ଭାବରେ ସୁଧାଂଶୁ ଶେଖର ରାଜଗୁରୁ ଏବଂ ଦେବୀ ପ୍ରସାଦ ରାଜଗୁରୁ ଯୋଗ ଦେବେ […]
ଭୁବନେଶ୍ୱର : ମଙ୍ଗବାର ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥ ଅନୁଷ୍ଠିତ ହେଉଛି I ଏହାର ପୂର୍ବଦିନ ଅର୍ଥାତ ଆଜି ଅନୁଷ୍ଠିତ ହେଉଛି ନେତ ଉତ୍ସବ I ସେହିପରି ଆଜି ରାତିରେ ରୁକୁଣା ରଥ ପ୍ରତିଷ୍ଠା ହେବ I ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି I କ୍ଷେତ୍ରବାସୀ ବ୍ରାହ୍ମଣ ନିଯୋଗ ନିମନ୍ତେ ପୁରୀରୁ ଗଜପତିଙ୍କ ପ୍ରତିନିଧି ଭାବରେ ସୁଧାଂଶୁ ଶେଖର ରାଜଗୁରୁ ଏବଂ ଦେବୀ ପ୍ରସାଦ ରାଜଗୁରୁ ଯୋଗ ଦେବେ I ସେମାନଙ୍କୁ ସେବାୟତ ମାନେ ରଥ ପ୍ରତିଷ୍ଠା ନିମନ୍ତେ ସମସ୍ତ ପ୍ରକାର ସହଯୋଗ କରିବେ I
ଏହାପୂର୍ବରୁ ମହାରଣା ସେବାୟତମାନେ ରଥ ନିର୍ମାଣ ସାରିବା ପରେ ଦରଜି ସେବାୟମାନେ ରଥରେ କପଡା ବାନ୍ଧିଥାନ୍ତି। ବଡୁ ସେବାୟତ ରଥ ପ୍ରତିଷ୍ଠା ପାଇଁ ମରୀଚି କୁଣ୍ଡରୁ ଜଳ ଆଣି ରଥଖଳାରେ ପହଞ୍ଚାଇବା ପରେ ମନ୍ଦିର କୂଳ ପୁରୋହିତ, ପୁରୀ ଗଜପତି ମହାରାଜାଙ୍କ ରାଜଗୁରୁ ସ ୧୮ ଜଣ କ୍ଷେତ୍ରବାସୀ ସେବାୟତଙ୍କୁ ନେଇ ରଥ ପ୍ରତିଷ୍ଠା ହେବ। ସେପଟେ ନେତ୍ରୋତ୍ସବରେ ଏକାମ୍ରକ୍ଷେତ୍ରର ପ୍ରସିଦ୍ଧ ମୁକ୍ତେଶ୍ଵର ମନ୍ଦିର ପରିସରରେ ଥିବା ମରୀଚିକୁଣ୍ତ ମୁଖ୍ୟ ଆକର୍ଷଣ ସାଜିଥାଏ। ପରମ୍ପରା ମୁତାବକ ବଡୁ ନିଯୋଗ ପକ୍ଷରୁ ମରୀଚିକୁଣ୍ତର ପାଣି ରୁକୁଣା ରଥ ପ୍ରତିଷ୍ଠା ପାଇଁ ଦେବା ପରେ ଏହାର ପାଣିକୁ ନିଲାମ କରାଯାଇଥାଏ। ମରୀଚି କୁଣ୍ତ ପାଣି ନେବାକୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ।ଏହି ନୀତି ସରିଲେ ମଙ୍ଗଳବାର ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ପର୍ବ ଆରମ୍ଭ ହେବ I ଅଶୋକାଷ୍ଟମୀରେ ଠିକ ଅପରାହ୍ନ ସାଢେ ୩ ଟାରେ ରଥ ଟଣା ଆରମ୍ଭ ହେବ I




