ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଶାନ୍ତିର କପୋତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ
ଭୁବନେଶ୍ୱର : ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର୍ ଶାସ୍ତ୍ରୀଙ୍କ ଜୟନ୍ତୀ । ୧୮୬୯ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ । ସେହିପରି ୧୯୦୪ ମସିହାରେ ଆଜିର ଦିନରେ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଜନ୍ମ ଗ୍ରହଣ କରିଥିଲେ । ଦେଶକୁ ଗୋରାଙ୍କ କବଳରୁ ମୁକ୍ତ କରିବା ପାଇଁ ଉଭୟ ଯୋଗଜନ୍ମା ଅବଦାନ ଅତୁଳନୀୟ । ଜଣେ ଅହିଂସା […]
ଭୁବନେଶ୍ୱର : ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର୍ ଶାସ୍ତ୍ରୀଙ୍କ ଜୟନ୍ତୀ । ୧୮୬୯ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ । ସେହିପରି ୧୯୦୪ ମସିହାରେ ଆଜିର ଦିନରେ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଜନ୍ମ ଗ୍ରହଣ କରିଥିଲେ । ଦେଶକୁ ଗୋରାଙ୍କ କବଳରୁ ମୁକ୍ତ କରିବା ପାଇଁ ଉଭୟ ଯୋଗଜନ୍ମା ଅବଦାନ ଅତୁଳନୀୟ । ଜଣେ ଅହିଂସା ର ପୂଜାରୀ ରହିଥିବାବେଳେ ଆଉ ଜଣେ ଥିଲେ ଶାନ୍ତି ର ପ୍ରତୀକ । ଏହି ଦୁଇ ମହାନ ଆତ୍ମାଙ୍କ ଜନ୍ମ ଦିବସ ଅକ୍ଟୋବର ୨କୁ ସାରା ଦେଶରେ ଆଗ୍ରହର ସହ ପାଳନ କରାଯାଏ । ତେଣୁ ପୂରା ଭାରତ ବର୍ଷରେ ଉତ୍ସାହର ଲହରୀ ଖେଳିଯାଇଛି ।
ଅହିଂସା ପଥ ଅନୁକରଣ କରି ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ମହାନ୍ ପୁରୁଷଙ୍କ ଜୟନ୍ତୀ ପାଇଁ ସବୁଠି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଭାରତୀୟ ରାଜନୀତିରେ ମହାତ୍ମାଗାନ୍ଧୀଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ ଦେଇଥିଲା । ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପଥ ଆପଣାଇଥିଲେ । ଜାତିର ପିତା କେବଳ ଭାରତ ଇତିହାସରେ ନୁହେଁ ସମଗ୍ର ବିଶ୍ୱରେ ଜଣେ ମହାମାନବ ଭାବରେ ସୁପରିଚିତ । ଭାରତୀୟ ରାଜନୀତିରେ ମହାତ୍ମାଗାନ୍ଧୀଙ୍କ ପ୍ରବେଶ ଭାରତର ମୁକ୍ତି ସଂଗ୍ରାମକୁ ଏକ ନୁଆ ମୋଡ ଦେଇଥିଲା । ଏହି ସଂଗ୍ରାମ ସମୟରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କରିଥିଲେ ।
ଏହା ଏକ ଅଭିନବ ଅସ୍ତ୍ର ଯାହାର ପ୍ରୟୋଗରେ ରକ୍ତପାତ ନଥିଲା, କାହା ପାଖରେ ଲୁହ ନଥିଲା, ଅଥଚ ଯୁଦ୍ଧ ଜୟ ଥିଲା । ସେ ଦୃଷ୍ଟିରୁ ବିଚାର କଲେ ସେ ଥିଲେ ଶ୍ରେଷ୍ଠମାନଙ୍କ ମଧ୍ୟରେ ଶ୍ରେଷ୍ଠତ୍ତମ । ବୋଧହୁଏ ବୁଦ୍ଧ ଓ ଯୀଶୁଙ୍କ ପରେ ମହାତ୍ମାଗାନ୍ଧୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ସମଗ୍ର ବିଶ୍ୱର ଜନଜୀବନରେ ଗଭୀର ପ୍ରଭାବ ସୃଷ୍ଟି କରିପାରିଥିଲେ ।
ଇଂରେଜ ସରକାର ବିରୋଧରେ ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ ଏବଂ ଭାରତ ଛାଡ଼ ଆନ୍ଦୋଳନ କରି ଅହିଂସା ପଥରେ ଦେଶ ପାଇଁ ସ୍ୱାଧୀନ ଆଣି ଦେଇଥିଲେ ଏହି ମହାନ ଜନନାୟକ । ମହାତ୍ମା ଗାନ୍ଧୀ ଦେଶ ସ୍ୱାଧୀନତା ପାଇଁ ନିଜର ଜୀବନକୁ ବଳି ଦେଇଥିଲେ। ସେ କେବେ ବି କ୍ଷମତା ଓ ବ୍ୟକ୍ତିଗତ ଲାଭ ପାଇଁ ପଦପଦବି ପାଇଁ ମନ ବଳାଇ ନ ଥିଲେ। ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ପ୍ରାର୍ଥନା ସଭାପରେ ନାଥୁରାମ ଗଡସେ ନାମକ ଜଣେ ଆତତାୟୀ ଗୁଳିରେ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ ବାପୁଜୀ ।ଆଖି ବୁଜିବା ଆଗରୁ ମହାତ୍ମାଙ୍କ ତୁଣ୍ଡରୁ ବାହାରିଥିଲା ‘ହେ ରାମ’। ଅନେକେ ଜାଣି ନଥିବେ ଆମ ଓଡିଶା ସମ୍ବଲପୁର ସହରରେ ରହିଛି ଗାନ୍ଧୀ ମନ୍ଦିର ।
ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ୧୯୦୪ ମସିହାରେ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ। ପିଲାଟି ବେଳୁ ସେ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ। ମହାତ୍ମା ଗାନ୍ଧିଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଶାସ୍ତ୍ରୀଜୀ। ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେ । ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ତାନ ସହ ଯୁଦ୍ଧଲଢ଼ି ନିଜର ପରାକ୍ରମ ଦେଖାଇପାରିଥିଲା ଭାରତ । ତାଙ୍କ ସ୍ଲୋଗାନ ‘ଜୟ ଜବାନ ଏବଂ ଜୟ କିଶାନ’ ଆଜି ଦେଶ ପାଇଁ ଅମର ହୋଇ ରହିଛି । ଆଜି ସମଗ୍ର ଦେଶରେ ପାଳିତ ହେଉଛି ରାଷ୍ଟ୍ରନାୟକ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ।
ଅନ୍ୟପଟେ,ଆଜି ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କ ଜନ୍ମଦିନ ଅର୍ଥାତ ଆଜି ହେଉଛି ଗାନ୍ଧି ଜୟନ୍ତୀ। ସମ୍ବଲପୁର ସହରର ଧନୁପାଲି ନିକଟସ୍ଥ ଭତରା ଗାଁରେ ରହିଛି ଏହି ମନ୍ଦିର । ଏଠାରେ ସକାଳେ ଏବଂ ସଂନ୍ଧ୍ୟାରେ ବାପୁଜୀଙ୍କୁ ପୂଜା କରାଯାଏ । ମନ୍ଦିର ଭିତରେ ରହିଛି ବାପୁଜୀଙ୍କ ଭବ୍ୟ ପ୍ରତିମା ଯେଉଁଠି ପ୍ରତ୍ୟେକ ଦିନ ଗାନ୍ଧିଜୀଙ୍କୁ ହିଁ ପୂଜା କରାଯାଏ । ମନ୍ଦିର ସମ୍ମୁଖରେ ରହିଛି ଅଶୋକ ସ୍ତମ୍ଭ ଓ ମନ୍ଦିର ମୁଖ୍ୟ ଦ୍ଵାର ଉପର ଭାଗରେ ଶୋଭା ପାଉଛନ୍ତି ତ୍ରିରଙ୍ଗା ସହ ଭାରତ ମାତା । ମନ୍ଦିର ଭିତରେ ମୁଖ୍ୟ ସ୍ଥାନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଥିବା ବେଳେ, ପାଖରେ ସୁଭାଷ ବୋଷ ଓ ଆମ୍ବେଦକରଙ୍କ ପରି ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର ରହିଛି । ଏହି ମନ୍ଦିରକୁ ଜଣେ ହରିଜନ ବ୍ୟକ୍ତି ପ୍ରତିଷ୍ଠା କରିଥିଲେ ଏବଂ ଏହାର ସମସ୍ତ ଦାୟିତ୍ୱ ହରିଜନ ସଂମ୍ପ୍ରଦାୟର ବ୍ୟକ୍ତି ବୁଝିଥାନ୍ତି।
ଏହି ଅବସରରେ ଓଡ଼ିଶାରେ ମଧ୍ୟ ପାଳନ ହୋଛି ରାଜ୍ୟ ସ୍ତରୀୟ ଗାନ୍ଧୀ ଜୟନ୍ତୀ । ଓଡ଼ିଶା ବିଧାନସଭା ପରିସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ,ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏବଂ ଅନ୍ୟ ବିଶିଷ୍ଟ ଅତିଥି ମାନେ ମହାତ୍ମା ଗାନ୍ଧୀ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।





