ଆଜି ସ୍ୱାଧୀନତା ସଂଗ୍ରାମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କର ଜୟନ୍ତୀ

ଭୁବନେଶ୍ୱର : ଆଜି ଦେଶ ପାଳୁଛି ଭାରତମାତାର ୨ ବୀରପୁତ୍ରଙ୍କର ଜନ୍ମତିଥି। ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଆଉ ଜଣେ ବୀର ସୁରେନ୍ଦ୍ର ସାଏ। ସ୍ଵାଧିନତା ସଂଗ୍ରାମରେ ଉଭୟଙ୍କର ଅବଦାନ ଅତୁଳନୀୟ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶାର କଟକ ଠାରେ ୧୮୯୭ ମସିହା ଜାନୁୟାରୀ ୨୩ ତାରିଖରେ ଏକ ବେଙ୍ଗଲୀ ପରିବାରରେ ଜନ୍ମଗ୍ରହଣ କରିଥିଲେ I ସେହିପରି ୧୮୦୯ ଜାନୁଆରୀ ୨୩ରେ ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥଲେ ସୁରେନ୍ଦ୍ର ସାଏ। ବ୍ରିଟିଶ ଶାସନ […]

Samaya Live Picture
Published On

ଭୁବନେଶ୍ୱର : ଆଜି ଦେଶ ପାଳୁଛି ଭାରତମାତାର ୨ ବୀରପୁତ୍ରଙ୍କର ଜନ୍ମତିଥି। ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଆଉ ଜଣେ ବୀର ସୁରେନ୍ଦ୍ର ସାଏ। ସ୍ଵାଧିନତା ସଂଗ୍ରାମରେ ଉଭୟଙ୍କର ଅବଦାନ ଅତୁଳନୀୟ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶାର କଟକ ଠାରେ ୧୮୯୭ ମସିହା ଜାନୁୟାରୀ ୨୩ ତାରିଖରେ ଏକ ବେଙ୍ଗଲୀ ପରିବାରରେ ଜନ୍ମଗ୍ରହଣ କରିଥିଲେ I ସେହିପରି ୧୮୦୯ ଜାନୁଆରୀ ୨୩ରେ ସମ୍ବଲପୁରରେ ଜନ୍ମ ଗ୍ରହଣ କରିଥଲେ ସୁରେନ୍ଦ୍ର ସାଏ। ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ କରି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଏହି ଦୁଇ ମହାପୁରୁଷ। ଏହି ଦୁଇ ମହାପୁରୁଷ ଆଜିବି ପ୍ରତିଟି ଭାରତୀୟଙ୍କ ପ୍ରାଣରେ ଜୀବୀତ ରହିଛନ୍ତି।

‘ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି’ ଏଭଳି ଡାକରା ଦେଇ ଭାରତୀୟ ଯୁବକଙ୍କୁ ଇଂରେଜଙ୍କ ବିରୋଧରେ ଲଢିବାକୁ ଆହ୍ୱାନ କରିଥିଲେ ବୀର ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ନେତାଜୀଙ୍କ ତ୍ୟାଗ ଓ ବଳିଦାନ ହିଁ ଦେଶକୁ ସ୍ୱାଧୀନତା ଆଣି ଦେଇଛି । ଯାହା ପ୍ରତି ଓଡ଼ିଆଙ୍କ ପାଇଁ ଏକ ଗର୍ବର କଥା । ସେହିପରି ବୀର ସୁରେନ୍ଦ୍ର ସାଏ ମଧ୍ୟ ନିଜର ସାହାସ ଓ ଅତୁଳନୀୟ ଧୈର୍ଯ୍ୟକୁ ପୁଞ୍ଜିକରି ଶକ୍ତିଶାଳୀ ଇଂରେଜ ସରକାରଙ୍କୁ ଯୁଦ୍ଧର ଆହ୍ୱାନ ଦେଇଥିଲେ। ଦେଶର ସ୍ୱାଧୀନତା ପାଇଁ ଉଭୟଙ୍କ ଅବଦାନ ଚିର ଅତୁଳନୀୟ ହୋଇ ରହିବ। ଏହି ବୀର ଓଡ଼ିଆ ପୁଅଙ୍କ ଜନ୍ମତିଥୀରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ପୂରା ଦେଶ ତାଙ୍କୁ ମନେପକାଇଛନ୍ତି।

Tags: