ଆଜି ମହାପ୍ରଭୁଙ୍କ ଅଧରପଣା ନୀତି
ପୁରୀ : ଆଷାଢ଼ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ରଥାରୁଢ଼ ମହାପ୍ରଭୁଙ୍କ ନିକଟରେ ଲାଗିହୁଏ ଅଧରପଣା ନୀତି I ମହାପ୍ରଭୁଙ୍କ ଅଧରାମୃତ ହେଉଛି ଅଧରପଣା । ମହାପ୍ରଭୁ ତାଙ୍କ ଶ୍ରେଷ୍ଠ ରଥଯାତ୍ରାକୁ ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥାନ୍ତି । ସେ ଦେବାଦେବୀଙ୍କ ମଧ୍ୟରୁ ତିନି ରଥରେ ୯ ଜଣ କରି ୨୭ଜଣ ପାର୍ଶ୍ୱ ଦେବାଦେବୀ ଉପସ୍ଥିତ ଥାନ୍ତି । ପ୍ରଭୁ ସେମାନଙ୍କୁ ଆମନ୍ତ୍ରଣ କରି ଆଣିଥାନ୍ତି । ତେଣୁ ଯାତ୍ରା ଶେଷରେ ପଣା ଦେଇ ସମସ୍ତଙ୍କୁ ଆପ୍ୟାୟିତ କରିଥାନ୍ତି […]
ପୁରୀ : ଆଷାଢ଼ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ରଥାରୁଢ଼ ମହାପ୍ରଭୁଙ୍କ ନିକଟରେ ଲାଗିହୁଏ ଅଧରପଣା ନୀତି I ମହାପ୍ରଭୁଙ୍କ ଅଧରାମୃତ ହେଉଛି ଅଧରପଣା । ମହାପ୍ରଭୁ ତାଙ୍କ ଶ୍ରେଷ୍ଠ ରଥଯାତ୍ରାକୁ ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥାନ୍ତି । ସେ ଦେବାଦେବୀଙ୍କ ମଧ୍ୟରୁ ତିନି ରଥରେ ୯ ଜଣ କରି ୨୭ଜଣ ପାର୍ଶ୍ୱ ଦେବାଦେବୀ ଉପସ୍ଥିତ ଥାନ୍ତି । ପ୍ରଭୁ ସେମାନଙ୍କୁ ଆମନ୍ତ୍ରଣ କରି ଆଣିଥାନ୍ତି । ତେଣୁ ଯାତ୍ରା ଶେଷରେ ପଣା ଦେଇ ସମସ୍ତଙ୍କୁ ଆପ୍ୟାୟିତ କରିଥାନ୍ତି ।
ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧରପଣା ଭୋଗ କରାଯାଇଥାଏ। ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ରଥଗୁଡ଼ିକରେ ଥିବା ପାର୍ଶ୍ୱଦେବଦେବୀ, ଚଣ୍ଡିଚାମୁଣ୍ଡା ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର ବିଧି ରହିଛି।
ପ୍ରାଚୀନ କାଳରୁ ଏହି ଅଧରପଣା ପରମ୍ପରା ଚଳି ଆସୁଛି । ସାଧାରଣତଃ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ନୀତି ସଂପାଦିତ ହୋଇଥାଏ । ପ୍ରତି ରଥରେ ତିନୋଟି କରି ତିନିରଥର ୯ଟି ହାଣ୍ଡି ପଣା ଏବଂ ରାମ, କୃଷ୍ଣଙ୍କ ପାଇଁ ଦୁଇଟି ଓ ମଦନମୋହନଙ୍କ ପାଇଁ ଗୋଟିଏ ଛୋଟ ହାଣ୍ଡି ପଣା ମଧ୍ୟ ଏହି ନୀତିରେ ଭୋଗ ହୁଏ । ଅଧର ପଣାର ଦାୟିତ୍ୱ ନେଇଥାନ୍ତି ଶ୍ରୀମନ୍ଦିର ନୀତିକାନ୍ତ ସହ ସଂପୃକ୍ତ ରାଘବ ଦାସ ମଠ, ବଡ଼ ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ । ଅଧର ପଣା ଏହି ପଣା ପାଇଁ ହାଣ୍ଡି ଯୋଗାଇଥାନ୍ତି । ହାଣ୍ଡି ଗୁଡ଼ିକ ତୁମ୍ବ ଆକୃତିର । ତିନିରଥ ଉପରେ ଅଧରପଣା ସାମଗ୍ରୀ ରଖାଯାଇଥାଏ । ପାଣିଆପଟ ନିଯୋଗର ପାଳିଆ ସେବକମାନେ ସିଂହଦ୍ୱାର ନିକଟସ୍ଥ ଛାଉଣି ମଠ ସମ୍ମୁଖ କୂଅରୁ ଶୁଦ୍ଧପୂତ ଭାବେ ବିଧିପୂର୍ବକ ଜଳ ଆଣି ପ୍ରତ୍ୟେକ ରଥରେ ଥିବା ପିତ୍ତଳ ହଣ୍ଡାରେ ରଖନ୍ତି । ପାଳିଆ ମହାସୁଆର ଏଥିରୁ ପାଣି ନେଇ ପଣା ପ୍ରସ୍ତୁତ କରିଥାନ୍ତି । ପ୍ରଥମେ ବଳଭଦ୍ରଙ୍କ ରଥ ତାଳଧ୍ୱଜ, ତାପରେ ସୁଭଦ୍ରାଙ୍କ ରଥ ଦେବଦଳନ ଓ ଶେଷରେ ଜଗନ୍ନାଥଙ୍କ ରଥ ନନ୍ଦିଘୋଷରେ ଏହି ପଣା ପ୍ରସ୍ତୁତ କରାଯାଏ ଓ ପୂଜାପଣ୍ଡା ଆସି ପଞ୍ଚୋପଚାରରେ ପୂଜା କରିଥାନ୍ତି । ପଞ୍ଚମହାଭୂତର ଶାନ୍ତି ଓ ତୁଷ୍ଟି ପାଇଁ ହାଣ୍ଡି ସବୁକୁ ରଥ ଉପରେ ହିଁ ଭାଙ୍ଗି ଦିଆଯାଏ । ଅଧର ପଣା ପରଦିନ ହୋଇଥାଏ ନୀଳାଦ୍ରି ବିଜେ । ଠାକୁରେ ମନ୍ଦିର ଭିତରକୁ ବାହୁଡ଼ି ଯାଆନ୍ତି ।




