ଆଜିଠୁ ସ୍ୱତନ୍ତ୍ର ଓଜେଇଇ

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ଦ୍ବିତୀୟ ତଥା ସ୍ବତନ୍ତ୍ର ଓଜେଇଇ ପରୀକ୍ଷା । ରାଜ୍ୟର ବିଭିନ୍ନ ବୃତ୍ତିଗତ ଓ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ସ୍ପେସାଲ୍‌‌ ଓଜେଇଇ) ଆରମ୍ଭ ହୋଇଛି । ଏହି ପ୍ରବେଶିକା ପରୀକ୍ଷା ୨୯ ତାରିଖ ଯାଏ ଚାଲିବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ୪ଟି ସିଟିଂରେ ପରୀକ୍ଷା କରାଯିବ। ଓଡ଼ିଶା ଭିତରେ ୪୪ ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ୨୭ହଜାର […]

Samaya Live Picture
Published On

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ଦ୍ବିତୀୟ ତଥା ସ୍ବତନ୍ତ୍ର ଓଜେଇଇ ପରୀକ୍ଷା । ରାଜ୍ୟର ବିଭିନ୍ନ ବୃତ୍ତିଗତ ଓ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ସ୍ପେସାଲ୍‌‌ ଓଜେଇଇ) ଆରମ୍ଭ ହୋଇଛି । ଏହି ପ୍ରବେଶିକା ପରୀକ୍ଷା ୨୯ ତାରିଖ ଯାଏ ଚାଲିବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ୪ଟି ସିଟିଂରେ ପରୀକ୍ଷା କରାଯିବ।

ଓଡ଼ିଶା ଭିତରେ ୪୪ ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ୨୭ହଜାର ୩ଶହ ଛାତ୍ରଛାତ୍ରୀ ଓଜେଇଇ ପ୍ରବେଶିକା ଦେବେ। ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟରେ ୪୭ଟି କେନ୍ଦ୍ର ପ୍ରସ୍ତୁତ ହୋଇଥିବାବେଳେ ଓଜେଇଇ ପକ୍ଷରୁ ପରୀକ୍ଷା ସୂଚୀ ମଧ୍ୟ ପ୍ରକାଶ ପାଇଛି। ଦୈନିକ ୪ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ୨୬ ତାରିଖରେ ପ୍ରଥମ ତିନୋଟି ସିଫ୍ଟରେ ବିଟେକ୍‌‌ ଏବଂ ଶେଷ ସିଫ୍ଟରେ ଏମବିଏ ଆଶାୟୀ ପ୍ରବେଶିକା ପରୀକ୍ଷା ଦେବେ। ସେହିପରି ୨୭ରେ ଲାଟେରାଲ୍‌‌ ବିଟେକ୍‌‌, ବି-ଫାର୍ମ ଓ ଏମବିଏ ଛାତ୍ରଛାତ୍ରୀ ପ୍ରବେଶିକା ଦେବେ। ୨୯ ତାରିଖରେ ଏମସିଏ ଓ କମ୍ପ୍ୟୁଟର ବିଜ୍ଞାନରେ ଏମଏସ୍‌‌ସି ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବେ। ସିବିଟି ମୋଡ୍‌‌ରେ ପରୀକ୍ଷା ଅନୁଷ୍ଠିତ ହେବ।

Tags: